ଭଦ୍ରକ ଜିଲ୍ଲାରେ ବାର୍ଷିକ ତିନିଦିନିଆ ପଲ୍ସ ପୋଲିଓ ଅଭିଯାନର ଶୁଭାରମ୍ଭ
ଭଦ୍ରକ, ୨୮ ଜୁନ୍ (ହି.ସ.) - ଜିଲ୍ଲାରେ ବାର୍ଷିକ ତିନିଦିନିଆ ପଲ୍ସ ପୋଲିଓ ଟୀକାକରଣ ଅଭିଯାନର ଶୁଭାରମ୍ଭ ରବିବାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବରପଦାଠାରେ ଜିଲ୍ଲାପାଳ ଦିଲୀପ ରାଉତରାୟଙ୍କ ଦ୍ୱାରା କରାଯାଇଛି। ଏହି ଅଭିଯାନ ଅନ୍ତର୍ଗତ ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ପ୍ରତି
PALSE POLIO ABHIJAN AT BHADRAK


ଭଦ୍ରକ, ୨୮ ଜୁନ୍ (ହି.ସ.) - ଜିଲ୍ଲାରେ ବାର୍ଷିକ ତିନିଦିନିଆ ପଲ୍ସ ପୋଲିଓ ଟୀକାକରଣ ଅଭିଯାନର ଶୁଭାରମ୍ଭ ରବିବାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବରପଦାଠାରେ ଜିଲ୍ଲାପାଳ ଦିଲୀପ ରାଉତରାୟଙ୍କ ଦ୍ୱାରା କରାଯାଇଛି। ଏହି ଅଭିଯାନ ଅନ୍ତର୍ଗତ ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ପ୍ରତିଷେଧକ ବୁନ୍ଦା ପ୍ରଦାନ କରାଯିବ। ୨୮ ଜୁନରେ ଜିଲ୍ଲାର ୮୨୦ଟି ବୁଥରେ ସକାଳ ୮ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ପୋଲିଓ ବୁନ୍ଦା ଦିଆଯାଇଥିଲା। ସେହିପରି ୨୯ ଓ ୩୦ ଜୁନରେ ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ମହିଳା ସ୍ୱାସ୍ଥ୍ୟ କର୍ମୀମାନେ ଜିଲ୍ଲାର ୩,୦୭,୪୩୧ଟି ଘରକୁ ଘର ବୁଲି ବୁଥକୁ ଆସିପାରିନଥିବା ଶିଶୁମାନଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରିବେ। ଚଳିତ ଅଭିଯାନରେ ଜିଲ୍ଲାର ୧,୪୧,୧୯୦ ଜଣ ଶିଶୁଙ୍କୁ ସାମିଲ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସଙ୍ଗୀତା ବଳ, ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରମୋଦ କୁମାର ପ୍ରହରାଜ, ଜିଲ୍ଲା ଟୀକାକରଣ ଅଧିକାରୀ ଡା. କନକଲତା ସାହୁ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ସୁଧୀରରଞ୍ଜନ ନାୟକ, ଜିଲ୍ଲା ରୋଗ ନିରୀକ୍ଷଣ ଅଧିକାରୀ ଡା. ମୁରଲୀଧର ପାଢ଼ୀଙ୍କ ସମେତ ବିଭିନ୍ନ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଓଡ଼ିଶା ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇ ଅଭିଯାନର ସଫଳତା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଭାବକମାନଙ୍କୁ ନିଜ ଶିଶୁଙ୍କୁ ନିକଟସ୍ଥ ପୋଲିଓ ବୁଥକୁ ନେଇ ପୋଲିଓ ବୁନ୍ଦା ପିଆଇବା ସହ ଏହି ଜନସ୍ୱାସ୍ଥ୍ୟ ଅଭିଯାନକୁ ସଫଳ କରିବା ପାଇଁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande