ଖଡ଼ିଆଳ ବ୍ଲକ ଓ ଏନଏସିରେ ୧୧୪୭୫ ଶିଶୁଙ୍କୁ ପୋଲିଓ ଟିକା ପ୍ରଦାନ
ନୂଆପଡ଼ା, ୨୮ ଜୁନ (ହି.ସ.)- ଜାତୀୟ ପଲ୍ସ ପୋଲିଓ ଅଭିଯାନ ଅବସରରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଓ ଖଡ଼ିଆଳ ଏନଏସି ଅଞ୍ଚଳରେ ରବିବାର ୫ ବର୍ଷରୁ କମ୍ ବୟସର ପ୍ରାୟ ୧୧୪୭୫ ଶିଶୁଙ୍କୁ ପୋଲିଓ ପ୍ରତିଷେଧକ ଟିକା ଖୁଆଯାଇଛି। ଖଡ଼ିଆଳ ବ୍ଲକର ୨୬ ଗୋଟି ପଞ୍ଚାୟତରେ ୯୪୭୮ ଜଣ ଶିଶୁ ଏବଂ ଖଡ଼ିଆଳ ଏନଏସିର ୧୯୯
Shishu nku poilo tika pradan


ନୂଆପଡ଼ା, ୨୮ ଜୁନ (ହି.ସ.)- ଜାତୀୟ ପଲ୍ସ ପୋଲିଓ ଅଭିଯାନ ଅବସରରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଓ ଖଡ଼ିଆଳ ଏନଏସି ଅଞ୍ଚଳରେ ରବିବାର ୫ ବର୍ଷରୁ କମ୍ ବୟସର ପ୍ରାୟ ୧୧୪୭୫ ଶିଶୁଙ୍କୁ ପୋଲିଓ ପ୍ରତିଷେଧକ ଟିକା ଖୁଆଯାଇଛି। ଖଡ଼ିଆଳ ବ୍ଲକର ୨୬ ଗୋଟି ପଞ୍ଚାୟତରେ ୯୪୭୮ ଜଣ ଶିଶୁ ଏବଂ ଖଡ଼ିଆଳ ଏନଏସିର ୧୯୯୭ ଶିଶୁଙ୍କୁ ଟିକା ଖୁଆଯାଇଛି। ଏହି ଅଭିଯାନ ପାଇଁ ବ୍ଲକ ଓ ଏନଏସିର ବିଭିନ୍ନ ସ୍ଥାନରେ ପୋଲିଓ ବୁଥ୍ ସ୍ଥାପନ କରାଯାଇଥିଲା। ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ, ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀମାନେ ଘରେ ଘରେ ଯାଇ ଶିଶୁମାନଙ୍କୁ ପୋଲିଓ ଟିକା ଖୁଆଇବା ସହ ଅଭିଭାବକମାନଙ୍କୁ ସଚେତନ କରିଥିଲେ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପ୍ରତ୍ୟେକ ଶିଶୁଙ୍କୁ ପୋଲିଓରୁ ସୁରକ୍ଷିତ ରଖିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। କୌଣସି ଶିଶୁ ଯେପରି ଟିକାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ଗ୍ରାମ ଓ ସହରାଞ୍ଚଳରେ ସ୍ୱାସ୍ଥ୍ୟକର୍ମୀମାନେ କାର୍ଯ୍ୟ କରିଥିଲେ। ଖଡ଼ିଆଳ ସହରର ପୂରୁଣା ଉପଖଣ୍ଡ ଚିକିତ୍ସାଳୟରେ ଫଇଜନା ବାନୁ, ତିଳୋତ୍ତମା ସୁନାନୀ ଓ ଉତ୍ତମା ଜଗତଙ୍କ ନେତୃତ୍ଵରେ ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଖୁଆ ଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande