ରେଢ଼ାଖୋଲ ବିଧାନସଭାର ବିଭିନ୍ନ ବୁଥରେ ଶୁଣାଗଲା ‘ମନ କି ବାତ’ର ୧୨୧ତମ ସଂସ୍କରଣ
ରେଢ଼ାଖୋଲ ବିଧାନସଭାର ବିଭିନ୍ନ ବୁଥରେ ଶୁଣାଗଲା ‘ମନ କି ବାତ’ର ୧୨୧ତମ ସଂସ୍କରଣ
ରେଢ଼ାଖୋଲ ବିଧାନସଭାର ବିଭିନ୍ନ ବୁଥରେ ଶୁଣାଗଲା ‘ମନ କି ବାତ’ର ୧୨୧ତମ ସଂସ୍କରଣ


ସମ୍ବଲପୁର, ୨୮, ଜୁନ୍ (ହି.ସ.) ସମ୍ବଲପୁର ଜିଲ୍ଲା ରେଢାଖୋଲ ବିଧାନସଭା ଅଞ୍ଚଳରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍ ର ୧୨୧ତମ ସଂସ୍କରଣ ଅବସରରେ ରାଖୋଲି ବିଧାନସଭା ଅଞ୍ଚଳର ବିଭିନ୍ନ ବୁଥ ସ୍ତରରେ ରବିବାର ସକାଳ ୮ଟାରେ ସାମୂହିକ ଶ୍ରବଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ବିଧାନସଭା ସଂଯୋଜକଙ୍କ ନେତୃତ୍ୱରେ ରେଢ଼ାଖୋଲ, କଦଳୀଗଡ, ନାକଟିଦେଉଳ, ଦେଓଗଡ଼, ଜୁଜୁମୁରା, ଚାରମାଳ, ପଡିଆବାହାଲ ଓ ହୁମା ମଣ୍ଡଳର ବିଭିନ୍ନ ବୁଥରେ ସାଧାରଣ ଜନତା ଏକତ୍ରିତ ହୋଇ କାର୍ଯ୍ୟକ୍ରମ ଶୁଣିଥିଲେ। ଡୋଇଞ୍ଚା ପଞ୍ଚାୟତର ବୁଥ ନମ୍ବର–୧୮୭ରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଏହି ସଂସ୍କରଣରେ ପ୍ରଧାନମନ୍ତ୍ରୀ ଭାରତର ଆତ୍ମନିର୍ଭରତା ଓ ସ୍ୱଦେଶୀ ଉତ୍ପାଦନକୁ ପ୍ରୋତ୍ସାହନ, ମଧ୍ୟପୂର୍ବ ସଙ୍କଟ ସମୟରେ ଭାରତୀୟଙ୍କ ଏକତା ଏବଂ ସରକାରଙ୍କ ଉଦ୍ଧାର ପ୍ରୟାସ, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାର ଗୁରୁତ୍ୱ ସହ ଅନ୍ଧବିଶ୍ୱାସ ପରିତ୍ୟାଗ କରି ବୈଜ୍ଞାନିକ ଚିନ୍ତାଧାରାକୁ ଆପଣାଇବାକୁ ଦେଶବାସୀଙ୍କୁ ଆହ୍ୱାନ ଜଣାଇଥିଲେ।

ଏହି ସୂଚନା ବିଧାନସଭା ଗଣମାଧ୍ୟମ ପ୍ରକୋଷ୍ଠ ପକ୍ଷରୁ ପ୍ରଦାନ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande