ସମ୍ବଲପୁରରେ ଉଦ୍ୟମୀ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍ଘାଟିତ
ସମ୍ବଲପୁର, ୨୮ ଜୁନ୍(ହି.ସ.) – ସମ୍ବଲପୁର ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଏବଂ ଏମ୍ଏସ୍ଏମ୍ଇ ବିଭାଗ, ଓଡ଼ିଶା ସରକାରଙ୍କ ସହଯୋଗରେ ଆୟୋଜିତ ‘ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ’ ଗଙ୍ଗାଧର ମଣ୍ଡପ, ପୁରୁଣା ପୌରପାଳିକା ଛକ ନିକଟ, ସମ୍ବଲପୁରଠାରେ ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସମ୍
ସମ୍ବଲପୁରରେ ‘ଉଦ୍ୟମୀ ଓଡ଼ିଶା  କାର୍ଯ୍ୟକ୍ରମ’ ଉଦ୍ଘାଟିତ


ସମ୍ବଲପୁରରେ ‘ଉଦ୍ୟମୀ ଓଡ଼ିଶା  କାର୍ଯ୍ୟକ୍ରମ’ ଉଦ୍ଘାଟିତ


ସମ୍ବଲପୁରରେ ‘ଉଦ୍ୟମୀ ଓଡ଼ିଶା  କାର୍ଯ୍ୟକ୍ରମ’ ଉଦ୍ଘାଟିତ


ସମ୍ବଲପୁରରେ ‘ଉଦ୍ୟମୀ ଓଡ଼ିଶା  କାର୍ଯ୍ୟକ୍ରମ’ ଉଦ୍ଘାଟିତ


ସମ୍ବଲପୁର, ୨୮ ଜୁନ୍(ହି.ସ.) – ସମ୍ବଲପୁର ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଏବଂ ଏମ୍ଏସ୍ଏମ୍ଇ ବିଭାଗ, ଓଡ଼ିଶା ସରକାରଙ୍କ ସହଯୋଗରେ ଆୟୋଜିତ ‘ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ’ ଗଙ୍ଗାଧର ମଣ୍ଡପ, ପୁରୁଣା ପୌରପାଳିକା ଛକ ନିକଟ, ସମ୍ବଲପୁରଠାରେ ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବୋନ୍ଦର ଉଦ୍ଘାଟନ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ଆଗାମୀ ଜୁଲାଇ ୦୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଜିଲ୍ଲାର ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ୟୋଗ ସ୍ଥାପନା ସମ୍ପର୍କିତ ସଚେତନତା ସୃଷ୍ଟି କରିବା ଏବଂ ସ୍ୱାବଲମ୍ବୀ ହେବା ପାଇଁ ବିଭିନ୍ନ ସୁଯୋଗ ଓ ସରକାରୀ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ଯୁବବର୍ଗଙ୍କ ପାଇଁ ଏମ୍ଏସ୍ଏମ୍ଇ, ପିଏମ୍ଇଜିପି, ପିଏମ୍ଏଫ୍ଏମ୍ଇ ଆଦି ଯୋଜନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଉଦ୍ୟୋଗୀମାନଙ୍କୁ ଆବଶ୍ୟକ ମାର୍ଗଦର୍ଶନ ଓ ସୁଯୋଗ ସମ୍ପର୍କରେ ଅବଗତ କରାଯାଉଛି।

ପ୍ରଦର୍ଶନୀ ପରିସରରେ ଏମ୍ଏସ୍ଏମ୍ଇ ଉତ୍ପାଦ, ପିଏମ୍ଇଜିପି ଓ ପିଏମ୍ଏଫ୍ଏମ୍ଇ ଅଧିନରେ ପ୍ରସ୍ତୁତ ସାମଗ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ ଉତ୍ପାଦ, ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ ପାଇଁ ଉପଲବ୍ଧ ରହିଥିବା ଦେଖାଯାଇଛି। ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଉଦ୍ୟୋଗୀ, କାରିଗର ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏକ ବଜାର ସୁଯୋଗ ପ୍ରଦାନ କରିବା ସହ ଜିଲ୍ଲାରେ ଉଦ୍ୟମିତା ବିକାଶକୁ ଆହୁରି ସୁଦୃଢ଼ କରିବ ବୋଲି ଜିଲ୍ଲାପାଳ ଶ୍ରୀ ବୋନ୍ଦର ପ୍ରକାଶ କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande