ସଂଗ୍ରାମୀ ଦୋଳଗୋବିନ୍ଦ ଜଣେ ନୀତିନିଷ୍ଠ ମଣିଷ ଥିଲେ
ଭୁବନେଶ୍ୱର, ୨୮ ଜୁନ୍ (ହି.ସ) - ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷକ, ସାରସ୍ୱତ ସାଧକ, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ଜନ୍ମ ଶତବାର୍ଷିକ ମହୋତ୍ସବ ରବିବାର ସନ୍ଧ୍ୟାରେ ଗୀତଗୋବିନ୍ଦ ସଦନ ସଭାଗୃହରେ ମହାତ୍ମାଗାନ୍ଧୀ ଅହିଂସା
hkl9[


ଭୁବନେଶ୍ୱର, ୨୮ ଜୁନ୍ (ହି.ସ) - ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷକ, ସାରସ୍ୱତ ସାଧକ, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ଜନ୍ମ ଶତବାର୍ଷିକ ମହୋତ୍ସବ ରବିବାର ସନ୍ଧ୍ୟାରେ ଗୀତଗୋବିନ୍ଦ ସଦନ ସଭାଗୃହରେ ମହାତ୍ମାଗାନ୍ଧୀ ଅହିଂସା ଐତିହ୍ୟ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟର ଆଜୀବନ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି।

କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ବିଶିଷ୍ଟ ସନ୍ଥ ଶ୍ରୀଜଗନ୍ନାଥ ସଂସ୍କୃତିର ଅନ୍ୟତମ ସଂରକ୍ଷକ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ କହିଲେ ଯେ, ଗାନ୍ଧୀ ମଣିଷ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନ ଥିଲେ ଜଣେ ନୀତିନିଷ୍ଠ ମଣିଷ। ତାଙ୍କର ସମ୍ପୂର୍ଣ୍ଣ ଦୈନିକ ଜୀବନଧାରା ଥିଲା ଶୃଙ୍ଖଳିତ। ଶଯ୍ୟାତ୍ୟାଗ ଠାରୁ ରାତ୍ରୀବିଶ୍ରାମ ପର୍ଯ୍ୟନ୍ତ ସେ ନିଜକୁ ସୁସ୍ଥ ରଖିବାର କଳାଟି ବ୍ରହ୍ମପୁର ଜେଲରେ ଥିବା ସମୟରେ ଶିକ୍ଷା କରିଥିଲେ। ଭାରତବର୍ଷ ସ୍ୱାଧୀନ ହେବା ପରେ ଜେଲ୍ ଜୀବନର ଅଭିଜ୍ଞତାକୁ ନିଜ ଜୀବନଶୈଳୀରେ ପ୍ରୟୋଗ କରି ଜଣେ ସଫଳ ମଣିଷ ହୋଇଥିଲେ। ଏହିଭଳି ମଣିଷ ମାନଙ୍କର ଜୀବନଚର୍ଯ୍ୟାକୁ ଆଜିର ଛାତ୍ର ଓ ଯୁବକମାନେ ଅନୁକରଣ କରିବାକୁ ସ୍ୱାମିଜୀ ଆହ୍ୱାନ ଦେଇଥିଲେ।ଏହି ଅବସରରେ ତାଙ୍କ ସ୍ମୃତିରେ ପ୍ରତିବର୍ଷ ଦିଆଯାଉଥିବା “ଗାନ୍ଧୀ ଗୌରବ ସମ୍ମାନ” ଚଳିତବର୍ଷ ପାଇଁ ବିଶିଷ୍ଟ ସମାଜସେବୀ ମହାତ୍ମା ଗାନ୍ଧୀଙ୍କ ପ୍ରତି ସମର୍ପିତ ମଣିଷ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ତଥା ଛାତ୍ର ଜୀବନରୁ ମହାତ୍ମାଗାନ୍ଧୀଙ୍କ ବିଚାରଧାରାକୁ ଲୋକଙ୍କ ନିକଟରେ ପହଞ୍ଚାଇବାର ସଂକଳ୍ପ ନେଇଥିବା ଦେବେନ୍ଦ୍ର ସୁଆର ଓ ଦୀର୍ଘ ୪୦ ବର୍ଷ ଧରି କଳାହାଣ୍ଡିର ଅନୁନ୍ନତ ଅଞ୍ଚଳରେ ତଳେ ପଡ଼ିଥିବା ମଣିଷ ପାଇଁ କାର୍ଯ୍ୟ କରୁଥିବା ଅନୁଷ୍ଠାନ ଶ୍ରୀ ରାମକୃଷ୍ଣ ଆଶ୍ରମ ମ.ରାମପୁର, କଳାହାଣ୍ଡିକୁ ସ୍ୱାମିଜୀ ଉତ୍ତରୀୟ ଓ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ବିଶିଷ୍ଟ ଅତିଥି ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ସ୍ୱର୍ଗତ ପ୍ରଧାନଙ୍କୁ ଜଣେ ସାର୍ଥକ ମଣିଷ ବୋଲି କହିଥିଲେ। ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ, ହୁଏତ ଆମେ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କୁ ଭୁଲି ଯାଇପାରୁ କିନ୍ତୁ ତାଙ୍କ ରଚିତ ଗାନ୍ଧୀ ମଣିଷ ବହି ତାଙ୍କୁ ଚିର ଅମର କରି ରଖିବ। ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ମୁଁ ଗର୍ବିତ ତାଙ୍କ ନିର୍ବାଚନ ମଣ୍ଡଳୀରୁ ଆଜି ବିଧାନସଭାରେ ପ୍ରତିନିଧିତ୍ୱ କରି ତାଙ୍କର ସ୍ମୃତି ରକ୍ଷା କରିବା ମୋ ପାଇଁ ସର୍ବଶ୍ରେଷ୍ଠ କର୍ତ୍ତବ୍ୟ ହେବ। କଟକ ମହାନଗର ନିଗମର ମେୟର ସୁବାସ ସିଂ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ମୁଁ ଛାତ୍ର ଜୀବନରୁ ସ୍ୱର୍ଗତ ଦୋଳଗାବିନ୍ଦ ପ୍ରଧାନଙ୍କୁ ଜାଣେ। ଗାନ୍ଧି ଜୟନ୍ତୀ, ସ୍ୱାଧୀନତା ଦିବସରେ ସ୍ୱରାଜ୍ୟ ଆଶ୍ରମରେ ତାଙ୍କ ସଙ୍ଗୀତ ସମସ୍ତଙ୍କୁ ସ୍ତମ୍ଭିଭୂତ କରିଦେଇଥାଏ। ଖୁବ୍ ଶୀଘ୍ର ତାଙ୍କ ସ୍ମୃତି ରକ୍ଷା ପାଇଁ କଟକ ମହାନଗର ନିଗମ କଟକ ସହରରେ ତାଙ୍କର ଏକ ପ୍ରତିମୂର୍ତ୍ତି ନିର୍ମାଣ କରି ତାଙ୍କ ପ୍ରତି, କଟକ ସହରବାସୀ ଶ୍ରଦ୍ଧାଞ୍ଜଳି ଜଣାଇବେ।ି

କାର୍ଯ୍ୟକ୍ରମକୁ ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ପ୍ରଫୁଲ୍ଲ ସିଂହ, ପ୍ରଜ୍ଞାରାଜ ପ୍ରଧାନ, ବରୁଣ ରାଜ ଓ ପୃଥ୍ୱୀରାଜ ପ୍ରଧାନ ପରିଚାଳନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande