କେନ୍ଦ୍ରାପଡ଼ା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ !
କେନ୍ଦ୍ରାପଡ଼ା, ୨୮ ଜୁନ୍(ହି.ସ.) – କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ରାପଡ଼ା ଗସ୍ତ କରି ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି। ପୂର୍ବାହ୍ନ ୧୦ଟାରେ ଦୁହୁରିଆ ଠାରେ ପହଂଚିବା ପରେ ଦଳୀୟ କାର୍ଯ୍ୟକର୍ତାଙ୍କ ପକ୍ଷରୁ ଧର୍ମେନ୍ଦ୍ରଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥି
କେନ୍ଦ୍ରାପଡ଼ା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ !


କେନ୍ଦ୍ରାପଡ଼ା, ୨୮ ଜୁନ୍(ହି.ସ.) – କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ରାପଡ଼ା ଗସ୍ତ କରି ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି। ପୂର୍ବାହ୍ନ ୧୦ଟାରେ ଦୁହୁରିଆ ଠାରେ ପହଂଚିବା ପରେ ଦଳୀୟ କାର୍ଯ୍ୟକର୍ତାଙ୍କ ପକ୍ଷରୁ ଧର୍ମେନ୍ଦ୍ରଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ପହଂଚି ଶ୍ରୀ ଜୀଉଙ୍କ ଦର୍ଶନ କରି ଆଶିଷ ଲାଭ କରିଥିଲେ। ଅପରାହ୍ନରେ ଗୋପ ଠାରେ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ଦଳୀୟ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିଥିଲେ। କେନ୍ଦ୍ରାପଡ଼ାର ଭିନ୍ନଭିନ୍ନ ସ୍ଥାନରେ ଆୟୋଜିତ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୂର୍ବାହ୍ନରେ ଦୁହୁରିଆ ଛକ ଠାରେ ପହଂଚିବା ପରେ ଧର୍ମେନ୍ଦ୍ରଙ୍କୁ ଶତାଧିକ କାର୍ଯ୍ୟକର୍ତାଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେପରେ ସେ ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ପହଂଚି ଶ୍ରୀ ଜୀଉଙ୍କ ଦର୍ଶନ କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ନିଜ ସହଯୋଗୀଙ୍କ ସହ ପ୍ରଭୁଙ୍କ ପ୍ରିୟ ରସାବଳୀ ଖାଇଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ସହିତ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ବିଜେପି ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ, ସଂପାଦକ ଅମିତାଭ ସୁଆର, ଉପୀନ ରାଉତ, କରୁଣାକର ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା, ଦୁର୍ଯ୍ୟୋଧନ ସାହୁ, ପୂର୍ବତନ ବିଧାୟକ ଅଲେଖ ଜେନାଙ୍କ ସମେତ ଜିଲାର ବହୁ ଦଳୀୟ ନେତା ଓ କର୍ମକର୍ତା ଉପସ୍ଥିତ ଥିଲେ। କେନ୍ଦ୍ରାପଡ଼ା ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଦ୍ଧିଜୀବୀ ଓ ସାହିତ୍ୟିକଙ୍କୁ ସ୍ୱତନ୍ତ୍ର ଭାବେ ଭେଟି ଆଲୋଚନା କରିଥିଲେ। ଏଥିପାଇଁ ଗୋପଛକ ସ୍ଥିତ କମଳ ଭବନ ପରିସରରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ବରିଷ୍ଠ ସାହିତ୍ୟକ ଓ ପରେପରେ ଛାତ୍ରଛାତ୍ରୀମାନଙ୍କୁ ଭେଟି ସାମ୍ପ୍ରତିକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଶେଷରେ ଦଳର ପୁରୁଣା କାର୍ଯ୍ୟକର୍ତାଙ୍କୁ ଭେଟି ସାଂଗଠନିକ ଆଲୋଚନା କରିଥିଲେ!

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande