
ଭୁବନେଶ୍ୱର, ୨୮ ଜୁନ୍ (ହି.ସ) - ପୂର୍ବତନ ସାଂସଦଙ୍କ ପୁଅ କହି ଠକେଇ କରୁଛନ୍ତି ଜଣେ ହାଇ ପ୍ରୋଫାଇଲ୍ ଠକକୁ ଭୁବନେଶ୍ୱର ଇନ୍ଫୋସିଟି ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ନିଜକୁ ପୂର୍ବତନ ସାଂସଦ କୃପାସିନ୍ଧୁ ଭୋଇଙ୍କ ପୁଅ କହି ଠକୁଥିଲା। କାର୍ ସର୍ଭିସ୍ କମ୍ପାନୀ ନାମରେ ୫ କୋଟି ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଲିସ୍ ତାକୁ ନେପାଳ ଓ ପଶ୍ଚିମବଙ୍ଗ ସୀମାରୁ ଗିରଫ କରି ଛାନଭିନ୍ କରୁଛି। ଏହାସହ ଓଡ଼ିଶା ବ୍ୟତୀତ ରାଜ୍ୟ ବାହାର ଠକେଇ ନେଇ ମଧ୍ୟ ଯାଂଚ କରୁଛି ପୋଲିସ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା