
ଜୟପୁର, ୨୮ ଜୁନ୍(ହି.ସ.) – କୋରାପୁଟ ଜିଲ୍ଲାର ୧୪ ବ୍ଲକ ଓ ପୌରାଂଚଳ ସହ ବିଭିନ୍ନ ଗାଁ ମାନଙ୍କରେ ସବୁଠି ଏବେ ସ୍ୱାଦ ବଦଳଇଛି ଫାଷ୍ଟଫୁଡ। ଚାଟ୍, ଗୁପ୍ଚୁପ୍, ଚୌମିନ୍, ରୋଲ, ଚିକେନ ପକୋଡ଼ା ଏବଂ ବିରିୟାନୀ ଭଳି ଖାଦ୍ୟ ପ୍ରତି ଲୋକଙ୍କ ଆକର୍ଷଣ ଦିନକୁ ଦିନ ବଢ଼ିବାରେ ଲାଗିଛି।
ହେଲେ ଏହି ସ୍ୱାଦିଷ୍ଟ ଖାଦ୍ୟ ପଛରେ ଲୁଚି ରହିଛି ମାରାତ୍ମକ ବିଷ। ଅଧିକାଂଶ ଫାଷ୍ଟଫୁଡ୍ ହୋକାନରେ ଅତ୍ୟନ୍ତ ଅପରିଷ୍କାର ପରିବେଶରେ ଖାଦ୍ୟ ପ୍ରସ୍ତୁତ ଓ ପରସା ଯାଇଥିବାବେଳେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟବହାର କରଯାଉଛି ମାରାତ୍ମକ କେମିକାଲ ଯୁକ୍ତ ବିଷାକ୍ତ ରଙ୍ଗ ଏବଂ ନିମ୍ନମାନର ସାମଗ୍ରୀ।
ଅନ୍ୟପକ୍ଷରେ ରାସ୍ତାକଡ଼ରେ ଖୋଲାଯାଇଥିବା ଅଧିକାଂଶ ଷ୍ଟଲ୍ରେ ସ୍ୱାସ୍ଥ୍ୟ ରକ୍ଷା ନିୟମକୁ ସମ୍ପୂର୍ଣ୍ଣ ଜଳାଞ୍ଜଳି ଦିଆଯାଉଛି। ନାଳ ନର୍ଦ୍ଦମା କଡ଼ରେ ଦେକାନ ଖୋଲାଯିବା ସହିତ ଖାଦ୍ୟ ସାମଗ୍ରୀକୁ ଗୋଡ଼ାଇ ନରଖିବାରୁ ସେଥୁରେ ଧୂଳି ମାଳି ସହ ମାଛି ବସୁଛନ୍ତି। କୋରପୁଟ ଜିଲାର ଜୟପୁର, ସେମିଳିଗୁଡ଼ା, କୋରାପୁଟ, ବୋରିଗୁମ୍ମା, କୋଟପାଡ଼, ଲକ୍ଷ୍ମୀପୁର, ବୈପାରିଗୁଡ଼ା, ଲମତାପୁଟ, ସୁନାବେଢାରେ ଫାଷ୍ଟଫୁଡ ଦୋକାନ ଜୋର ସୋରରେ ଚାଲିଛି।
ଏହାକୁ ନେଇ ସାଧାରଣ ଗ୍ରାହକ ଓ ଅଭିଭାବକ ମହଲରେ ଗଭୀର ଚିନ୍ତା ପ୍ରକଶ ପାଇଥିବାବେଳେ, ପ୍ରଶାସନ ଓ ଖାଦ୍ୟ ନିରାପତା ଅଧିକାରୀଙ୍କ ନିଷ୍କ୍ରିୟତା ଏବେ ସନ୍ଦେହର ବଳୟ ଭିତରକୁ ଆସିଛି। ଖବରରୁ ପ୍ରକାଶ ଯେ, ଖାଦ୍ୟକୁ ଅଧିକ ନାଲି ଓ ଚମକଦାର ଦେଖାଇବା ପାଇଁ ବିଭିନ୍ନ ଫାଷ୍ଟଫୁଡ ଦୋକାନ ବିଶେଷକରି ଚିକେନ୍ ଚିଲି, ଚାଉମିନ ଓ ମଞ୍ଜୁରିଆନରେ ନିଶିଦ୍ଧ ସିନ୍ଥେଟିକ ରଙ୍ଗ ମନଇଚ୍ଛା ବ୍ୟବହାର କରାଯାଉଛି। ଏହାସହିତ ସ୍ୱାଦ ବଢ଼ାଇବା ପାଇଁ ଅତ୍ୟଧିକ ପରିମାଣର ଅଜିନୋମୋଟୋ ଓ ବାସି ତେଲର ପୁନଃ ପୁନଃ ବ୍ୟବହାର ହେଉଛି। ଡାକ୍ତରଙ୍କ ମତରେ, ଏହି ବିଷାକ୍ତ ରଙ୍ଗ ଓ କେମିକାଲ୍ ଶରୀର ଭିତରକୁ ଯାଇ ପେଟ ରୋଗ, କିଡ୍ନ ସମସ୍ୟା, ଲିଭର ଖରାପ ହେବା ସହ କ୍ୟାନ୍ସର ଭଳି ମାରାତ୍ମକ ବ୍ୟାଧି ସୃଷ୍ଟି କରୁଛି। ସବୁଠାରୁ ବେଶୀ ପ୍ରଭାବିତ ହେଉଛନ୍ତି କୋମଳମତି ଶିଶୁ ଓ ଛାତ୍ରଛାତ୍ରୀ।
ତତ୍ସହିତ ପ୍ଲେଟ୍ ଧୋଇବା ପାଇଁ ବ୍ୟବହାର କରାଯାଉଥିବା ପାଣି ଅତ୍ୟନ୍ତ ଅପରିଷ୍କାର ଥିବା ଦେଖିବାକୁ ମିଳୁଛି। ଦୋକାନୀମାନେ ହାତରେ ଗ୍ଲୋବ, କିମ୍ବା କ୍ୟାପ୍ ନପିନ୍ଧି ଅସ୍ୱାସ୍ଥ୍ୟକର ଭାବେ ଖାଦ୍ୟ ପରଷୁଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ରାହକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସରକାର ଖାଦ୍ୟ ନିରାପତା ବିଭାଗ ଗଠନ କରିଛନ୍ତି। ନିୟମିତ ଚଢ଼ଉକରି ଖାଦ୍ୟର ମାନ ଯାଂଚ କରିବା ଏବଂ ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏହି ଅଧିକାରୀମାନଙ୍କ ଦୟିତ୍ୱ। ମାତ୍ର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା। ସହର ବଜାରରେ ଏଭଳି ବେଆଇନ କରିବାର ଚାଲିଥିଲେ ସୁଦ୍ଧା ଖାଦ୍ୟ ନିଶାପତା ଅଧୁକାରୀମାନେ ନୀରବରେ ରହିଛନ୍ତି ଓ କେବଳ ପର୍ବପର୍ବାଣୀ କିମ୍ବା କୌଣସି ବଡ଼ ଘଟଣା ଘଟିଲେ ଲୋକ ଦେଖାଣିଆ ଚଢ଼ାଉ କରି ବିଭାଗ ନିଜ କର୍ତବ୍ୟ ଶେଷ କରୁଛି। କୋରାପୁଟ ଜିଲ୍ଲା ଖାଦ୍ୟ ନିରାପତା ଅଧିକାରୀ ଏହି ଜୀବନଘାତୀ କାରବାର ଉପରେ ତୁରନ୍ତ ରୋକ ଲଗାଇବାକୁ ଗ୍ରାହକମାନେ ଦାବି କରିଛନ୍ତି। ସ୍ଥାନୀୟ ବୃଦ୍ଧିଜୀବୀଙ୍କ ମତରେ ଯଦି ତୁରନ୍ତ ଖାଦ୍ୟ ନିରାପତା ବିଭାଗ ସଚେତନ ନହୁଏ, ତେବେ ଆଗାମୀ ଦିନରେ ଏହା ଏକ ବଡ଼ ସାସ୍ଥ୍ୟ ବିପର୍ଯ୍ୟୟ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଇଛି। ତେଣୁ ଜିଲା ପ୍ରଶାସନ ଗୁରୁତର ସହ ନେଇ ଚଢ଼ାଉ କରିବା ପାଇଁ ସାଧାରଣରେ ଦାବି ହେଉଛି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି