ନବ ଦାସ ହତ୍ୟା ଘଟଣାରେ ନ୍ୟାୟ ମିଳିବ - ମନମୋହନ ସାମଲ
ଭୁବନେଶ୍ୱର, ୨୮ ଜୁନ୍ (ହି.ସ) - ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ନ୍ୟାୟ ମିଳିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି ଯେ ସରକାର ସବୁ ତଥ୍ୟ ଅନୁଧ୍ୟାନ କରୁଛନ୍ତି, ବିଚାରବିମର୍ଶ ଚାଲିଛି। ଲିଗାଲ ଡିପାର୍ଟମେଂଟ ବିଚାରବିମର୍ଶ କରୁଛନ୍ତି। ନ୍ୟାୟ ମିଳିବା ଉଚ
manmohan samal


ଭୁବନେଶ୍ୱର, ୨୮ ଜୁନ୍ (ହି.ସ) - ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ନ୍ୟାୟ ମିଳିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି ଯେ ସରକାର ସବୁ ତଥ୍ୟ ଅନୁଧ୍ୟାନ କରୁଛନ୍ତି, ବିଚାରବିମର୍ଶ ଚାଲିଛି। ଲିଗାଲ ଡିପାର୍ଟମେଂଟ ବିଚାରବିମର୍ଶ କରୁଛନ୍ତି। ନ୍ୟାୟ ମିଳିବା ଉଚିତ୍ ଆଉ ନ୍ୟାୟ ମିଳିବ ମଧ୍ୟ। ଦିବାଲୋକରେ ମନ୍ତ୍ରୀଙ୍କୁ ହତ୍ୟା କରିବା ଛୋଟ ବିଷୟ ନୁହେଁ।

ସୂଚନାଯୋଗ୍ୟ ଯେ ୨୦୨୩ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧୀ ଛକରେ ଦିନ ଦ୍ୱିପ୍ରହରରେ ବିଜେଡି ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଘଟଣାରେ ଅଭିଯୁକ୍ତ ଗୋପାଳ ଦାସ ଗିରଫ ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande