ଆଇ.ଆର.ସି ଭିଲେଜ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୋଲିଓ ଅଭିଯାନର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 28 ଜୁନ୍ (ହି.ସ.)- ଭୁବନେଶ୍ୱର ସ୍ଥିତ ଆଇ.ଆର.ସି ଭିଲେଜ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ପୋଲିଓ ଅଭିଯାନର ଶୁଭାରମ୍ଭ କରି ୫ ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ଦୁଇ ବୁନ୍ଦା ପୋଲିଓ ଖୁଆଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ।
ପୋଲିଓ


ଭୁବନେଶ୍ୱର, 28 ଜୁନ୍ (ହି.ସ.)- ଭୁବନେଶ୍ୱର

ସ୍ଥିତ ଆଇ.ଆର.ସି ଭିଲେଜ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ପୋଲିଓ ଅଭିଯାନର

ଶୁଭାରମ୍ଭ କରି ୫ ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ଦୁଇ ବୁନ୍ଦା ପୋଲିଓ ଖୁଆଇଛନ୍ତି

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ‘ସୁସ୍ଥ ଭାରତ’

ସଂକଳ୍ପ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆମ ରାଜ୍ୟ ଆଜି ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ

ନୂଆ ଦିଗ ଆଡ଼କୁ ଅଗ୍ରସର ହେଉଛି। ପୋଲିଓ ଭଳି ଜୀବାଣୁ ଜନିତ ରୋଗରୁ ଆମ ଶିଶୁମାନଙ୍କୁ ସୁରକ୍ଷିତ

ରଖିବା ପାଇଁ ଏହି ନିୟମିତ ଟୀକାକରଣ ଅତ୍ୟନ୍ତ ଜରୁରୀ। ଏହି ଅଭିଯାନ ମାଧ୍ୟମରେ ସମସ୍ତେ ମିଶି

ଆମର ଆଗାମୀ ପିଢ଼ିକୁ ସୁରକ୍ଷିତ କରିବା ଏବଂ ଦେଶ ତଥା ରାଜ୍ୟକୁ ସମ୍ପୂର୍ଣ୍ଣ ପୋଲିଓ ମୁକ୍ତ

ରଖିବାରେ ସହଯୋଗ କରିବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande