ପେଟ୍ରୋଲ ପମ୍ପରେ ମିଳୁ ନାହିଁ ମୁକ୍ତ ବାୟୁର ବ୍ୟବସ୍ଥା
ଜୟପୁର, ୨୮ ଜୁନ୍ (ହି.ସ.)- ପେଟ୍ରୋଲ ପମ୍ପ ଖୋଲିବା ସମୟରେ ପେଟ୍ରୋଲିୟମ କମ୍ପାନୀମାନେ ଅନେକ ଯାନବାହାନ ଗୁଡିକର ଅତ୍ୟାବଶ୍ୟକ ସାମଗ୍ରୀର ସୁବିଧା ରଖିବା ବାଧ୍ୟତାମୂଳକ କରିଛନ୍ତି । ପମ୍ପ ଖୋଲିବା ପାଇଁ ଲାଇସେନ୍ସ ମଞ୍ଜୁର କରିବା ପୂର୍ବରୁ ଗ୍ରାହକଙ୍କ ପାଇଁ ପମ୍ପ ପରିସରରେ ଶୌଚାଳୟ, ପିଇବା ପାଣି,
ପେଟ୍ରୋଲ ପମ୍ପରେ   ମେଳୁ ନାହିଁ ମୁକ୍ତ ବାୟୁର ବ୍ୟବସ୍ଥା


ଜୟପୁର, ୨୮ ଜୁନ୍ (ହି.ସ.)-

ପେଟ୍ରୋଲ ପମ୍ପ ଖୋଲିବା ସମୟରେ ପେଟ୍ରୋଲିୟମ କମ୍ପାନୀମାନେ ଅନେକ ଯାନବାହାନ ଗୁଡିକର ଅତ୍ୟାବଶ୍ୟକ ସାମଗ୍ରୀର ସୁବିଧା ରଖିବା ବାଧ୍ୟତାମୂଳକ କରିଛନ୍ତି । ପମ୍ପ ଖୋଲିବା ପାଇଁ ଲାଇସେନ୍ସ ମଞ୍ଜୁର କରିବା ପୂର୍ବରୁ ଗ୍ରାହକଙ୍କ ପାଇଁ ପମ୍ପ ପରିସରରେ ଶୌଚାଳୟ, ପିଇବା ପାଣି, ଗାଡ଼ି ଚକ ଗୁଡ଼ିକରେ ପମ୍ପ ଦେବା ପାଇଁ ମୁକ୍ତ ବାୟୁର ବ୍ୟବସ୍ଥା କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ କୋରାପୁଟ ଜିଲା କୋରାପୁଟ, ଜୟପୁର, ସେମିଳିଗୁଡା, ବୋରିଗୁମ୍ମା, ବୈପାରିଗୁଡା, କୋରାପୁଟରେ ଉପଖଣ୍ଡର ଅଧିକାଂଶ ପେଟ୍ରୋଲ ପମ୍ପରେ ଗାଡ଼ି ଚାଳକମାନଙ୍କ ବ୍ୟବହାର ପାଇଁ ମୁକ୍ତ ବାୟୁର ବ୍ୟବସ୍ଥା କରାଯାଉ ନଥିବା ଦେଖାଯାଇଛି । ଏପରିକି ଅନେକ ପମ୍ପରେ ଶୌଚାଳୟର ବ୍ୟବସ୍ଥା କରି ସୁଦ୍ଧା କେବଳ ସେହି ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ଭରୁଥିବା ଗ୍ରାହକମାନଙ୍କୁ ମାଗଣା ଶୌଚାଳୟ ସୁବିଧା ଯୋଗାଉଥିବା ଦେଖାଯାଇଛି । ଜିଲାର କିଛି ପେଟ୍ରୋଲ ପମ୍ପରେ ମାଲିକମାନେ ନିଜସ ଉଦ୍ୟମରେ ମୁକ୍ତବାୟୁ ବ୍ୟବସ୍ଥା କରିଥିବାବେଳେ ଅଧିକାଂଶ ପମ୍ପରେ ଏହା କେବଳ ଧର୍ମକୁ ଆଖି ଠାର ଭଳି ରଖାଯାଇଛି । ଏପରିକି କିଛି ପମ୍ପରେ ଏଭଳି ବ୍ୟବସ୍ଥା ଆରମ୍ଭରୁ କାର୍ଯ୍ୟକ୍ଷମ କରାଯାଇ ନଥିବା ଦେଖାଯାଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । କୋରାପୁଟ ଜିଲାରେ ସମସ୍ତ ବ୍ଳକ ଓ ସହରାଞ୍ଚଳର ମୁଖ୍ୟରାସ୍ତା ସହ ବିଭିନ୍ନ ରାସ୍ତା କଡରେ ବିଭିନ୍ନ ପେଟ୍ରୋଲଲିୟମ କମ୍ପାନୀର ପ୍ରାୟ ୨୫ ଟି ରୁ ଅଧିକ ପେଟ୍ରୋଲ ପମ୍ପ ରହିଛି । ପେଟ୍ରୋଲ ପମ୍ପ ଖୋଲିବା ପୂର୍ବରୁ ସମ୍ପୃକ୍ତ କମ୍ପାନୀ ମାନେ ନୂତନ

ଭାବେ ଖୋଲା ଯାଉଥିବା ପମ୍ପ ପରିସରରେ ଗ୍ରାହକଙ୍କ ବ୍ୟବହାର ପାଇଁ ପୃଥକ ଭାବେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସତନ୍ତ୍ର ଶୌଚାଳୟ, ପିଇବା ପାଣି ସାଙ୍ଗକୁ ଗ୍ରାହକଙ୍କ ଗାଡ଼ି ଚକରେ ପମ୍ପ ଦେବା ପାଇଁ ମୁକ୍ତବାୟୁର ବ୍ୟବସ୍ଥା ଥିବା ସମ୍ପର୍କରେ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରିବା ପରେ ବିଭାଗୀୟ କର୍ତ୍ତୃପକ୍ଷ ଲାଇସେନ୍ସ ପ୍ରଦାନକରିବାର ବ୍ୟବସ୍ଥା ରହିଛି । ହେଲେ କୋରାପୁଟ ଜିଲାର ପେଟ୍ରୋଲ ପମ୍ପରେ ଏହି ବ୍ୟବସ୍ଥା କେବଳ ଲୋକ ଦେଖାଣିଆ ଭାବରେ ରହିଥିବା ଦେଖାଯାଉଛି । ଏପରିକି ଅନେକ ପମ୍ପରେ ଏହି ବ୍ୟବସ୍ଥା ବର୍ଷବର୍ଷ ଧରି ଅଚଳ ହୋଇ ପଡି ରହିଥିବାବେଳେ ଜୟପୁରରେ କାର୍ଯ୍ୟକାରି ହୋଇ ପାରିନାହିଁ । ନିୟମିତ ବ୍ୟବଧାନରେ କମ୍ପାନୀ ପକ୍ଷରୁ ସମ୍ପୃକ୍ତ ପମ୍ପଗୁଡ଼ିକର ତଦାରଖ କରାଯାଉଥିବା ବେଳେ ଉପଖଣ୍ଡର ଅଧିକାଂଶ ପମ୍ପରେ ମୁକ୍ତବାୟୁ ସୁବିଧା ନଥିଲେ ମଧ୍ୟ କେଉଁ ଆଧାରରେ ସେମାନେ ପ୍ରମାଣପତ୍ର ଦେଉଛନ୍ତି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ପେଟ୍ରୋଲ ପମ୍ପଗୁଡ଼ିକରେ ଥିବା ଅନେକ ବ୍ୟବସ୍ଥାର ତଦାରଖ ଦାୟିତ୍ୱ କେବଳ ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କ ନିଜସ ଅଧୀନରେ ରହୁଛି । ଯାହାଫଳରେ ଏଭଳି ଅସୁବିଧା ଜିଲା ପ୍ରଶାସନ ଜାଣିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରିବା ଅସମ୍ଭବ ହୋଇ ପଡ଼ୁଥିବା ଦେଖାଯାଉଛି । ଫଳରେ ପମ୍ପ ମାଲିକମାନେ ମନଇଚ୍ଛା ଗ୍ରାହକଙ୍କୁ ଦିନ ଦୁଇ ପ୍ରହରରେ ଠକୁଛନ୍ତି । ଏ ଦିଗରେ ପେଟ୍ରୋଲିୟମ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଜିଲ୍ଲା ପ୍ରଶାସନ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ପେଟ୍ରୋଲ ପମ୍ପରେ ମୌଳିକ ସୁହିଧା ନଥିବା ଯୋଗୁଁ ଯାତ୍ରୀ, ସାଧାରଣ ଜନତା, ବହୁତ ହଇରାଣ ହରକତ ହେଉଥିବା ଜଣାଯାଇଛି । ଏହା ସହ ଡ୍ରାଇଭର ମାନେ ବହୁତ ହଇରାଣ ହେଉଥିବା ବେଳେ ଯେଉଁ ପେଟ୍ରୋଲ ପମ୍ପରେ ସୁବଧା ରହିଛି ତାହା ସ୍ବଛ ରଖାଯାଉ ନାହିଁ । ଅପରିଷ୍କାର ପରିବେଶରେ ରହିଥିବା ଜଣାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande