ଜିଲ୍ଲାସ୍ତରୀୟ ୨୦ ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ
ଖୋର୍ଦ୍ଧା, ୨୯ ଜୁନ୍ (ହି.ସ.) - ଜିଲ୍ଲା ଯୋଜନା ଏବଂ ପର୍ଯ୍ୟ ବେଶଣ ୟୁନିଟ, ଖୋର୍ଦ୍ଧା (ପରିସଂଖ୍ୟାନ ଶାଖା) ଆନୁକୁଲ୍ୟରେ ୨୦ ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ ହୋଇଯାଇଛି । ଉପ ନିର୍ଦ୍ଦେଶକ, ଜିଲ୍ଲା ଯୋଜନା ଓ ପର୍ଯ୍ୟବେଭଷଣ , ୟୁନିଟ୍, ଖୋର୍ଦ୍ଧା (ପରିସଂଖ୍ୟାନ ଶାଖା) ଶଙ୍କର ବେହେରାଙ୍କ ଅଧ୍ୟକ୍
ପରିସଂଖ୍ୟାନ


ଖୋର୍ଦ୍ଧା, ୨୯ ଜୁନ୍ (ହି.ସ.) - ଜିଲ୍ଲା ଯୋଜନା ଏବଂ ପର୍ଯ୍ୟ ବେଶଣ ୟୁନିଟ, ଖୋର୍ଦ୍ଧା (ପରିସଂଖ୍ୟାନ ଶାଖା) ଆନୁକୁଲ୍ୟରେ ୨୦ ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ ହୋଇଯାଇଛି । ଉପ ନିର୍ଦ୍ଦେଶକ, ଜିଲ୍ଲା ଯୋଜନା ଓ ପର୍ଯ୍ୟବେଭଷଣ , ୟୁନିଟ୍, ଖୋର୍ଦ୍ଧା (ପରିସଂଖ୍ୟାନ ଶାଖା) ଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଦିବସରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ପ୍ରତାପ ଚନ୍ଦ୍ର ବେଉରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ଏବଂ ପରିସଂଖ୍ୟାନର ଜନକ ପି. ସି. ମହାଲାନୋବିସଙ୍କ ଫଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ୱଳନ ସହ ପୁଷ୍ପ ମାଲ୍ୟାର୍ପଣ କରି ଦିବସକୁ ଉଦ୍ଘାଟନ କରି କହିଲେ ସ୍ୱର୍ଗତ ପି. ସି.ମହାଲାନୋବିଶ ପରିସଂଖ୍ୟାନ ଆବିଷ୍କାର କରି ସମାଜକୁ ଏକ ଅନବଦ୍ୟ ଦାନ ପ୍ରଦାନ କରିଛନ୍ତି । ପରିସଂଖ୍ୟାନ ଆଜି ନଥିଲେ ଆମେ ବଜେଟ୍ ଉପସ୍ଥାପନ ଓ ବଜେଟ ର ପରିକଳ୍ପନା କରିବା ସମ୍ଭବ ହୋଇ ନଥାନ୍ତା । ପ୍ରତି ଦଶ ବର୍ଷରେ ଜନଗଣନା ହୋଇଥାଏ । ଯଦି ପରିସଂଖ୍ୟାନ ନଥାନ୍ତା ତେବେ ଜନଗଣନା ସର୍ଭେ ହୋଇ ପାରିନଥାନ୍ତ୍କ୍ଷ । ପି ସି ମହାଲାନୋବିଶ ଙ୍କ ପରିସଂଖ୍ୟାନ ମଡ଼େଲ ପାଇଁ ରାଉରକେଲା ଇସ୍ପାତ କାରଖାନା ସମ୍ଭବ ହୋଇଥିଲା । ଏଣୁ ଛାତ୍ର ଛାତ୍ରୀ ଯୁବକ ଯୁବତୀ ମାନେ ପି ସି ମହାଲାନୋବିଶଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ଭିଜନ କୁ ସାକାର କରିବାକୁ ସଠିକ୍ ତଥ୍ୟ ସଂଚାରଣରେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଦିବସରେ ପରିସଂଖ୍ୟାନ ବିଶେଷଜ୍ଞ, ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ଆଂଚଳିକ ଯୋଜନା ଏବଂ ଅର୍ଥନୀତି ଏବଂ ପରିସଂଖ୍ୟାନ ପ୍ରତିଷ୍ଠାନ, ଭୁବନେଶ୍ୱର ସୁଧାଂଶୁ ଶେଖର ମିଶ୍ର ଯୋଗଦେଇ କହିଲେ ପି ସି . ମହାଲାନୋବିଶଙ୍କ ଭଳି ଯୋଗଜନ୍ମାପାଇଁ ଆମେ ଅର୍ଥନୀତିରେ,ସାମାଜିକ ଯୋଜନା ପ୍ରଣୟନରେ ଆମେ ସଫଳତା ହାସଲ କରି ଆମର ଅର୍ଥ ନୀତିକୁ ଆମେ ଆଗେଇ ନେଇ ଆସିଅଛୁ । ଶ୍ରୀ ମିଶ୍ର ଜି ଡି ପି ବାର୍ଷିକ ଖସଡ଼ା, ଦାରିଦ୍ର୍ୟ ଦୂରୀକରଣ ଯୋଜନା, ଜନସାଧାରଣଙ୍କ ସେବା ନିମନ୍ତେ ପାଣ୍ଠି ଖର୍ଚ୍ଚ, ପ୍ରଶାସନିକ ତଥ୍ୟର ସମ୍ଭାବନାକୁ ଉନ୍ମୋଚନ କରିବା, କୃଷି ଓ କୃଷକ ଶସକ୍ତି କରଣ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଜାତୀୟ ନମୁନା ସର୍ବେକ୍ଷଣ, ସର୍ବନିମ୍ନ ନିର୍ଦ୍ଧାରିତ ମୂଲ୍ୟ, କୃଷି ସର୍ବେକ୍ଷଣ, କ୍ଷୁଦ୍ର ଜଳସେଚନ ସର୍ବେକ୍ଷଣ, ଉପଭୋକ୍ତା ମୂଲ୍ୟ ସୁଚକାଙ୍କ, ବାର୍ଷିକ ଶିଳ୍ପ ସର୍ବେକ୍ଷଣ ଆଦି ବିଭିନ୍ନ ଜନ କଲ୍ୟାଣ ଯୋଜନାରେ ସଠିକ୍ ପରି ସଂଖ୍ୟାନର ଅନିର୍ବାର୍ଯ୍ୟତା ସମ୍ବନ୍ଧରେ ପାୱାର ପଏଂଟ ଉପ କରଣରେ ସୂଚନା ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗ ଡ଼ଃ ସୁବୋଧ କୁମାର ଜଗଦେବ ଯୋଗଦେଇ ମହାବିଦ୍ୟାଳୟରେ ଯୁବଶକ୍ତି ସମ୍ବଳ ପରିସଂଖ୍ୟାନ, ମହାବିଦ୍ୟାଳୟ କାର୍ଯ୍ୟାଳୟ ପରିଚାଳନାରେ ପରିସଂଖ୍ୟାନ,ମହାବିଦ୍ୟାଳୟରେ ସମାଧାନ ଯୋଗାଣ ଦଳ, ଶିକ୍ଷାବିତ୍ଙ୍କ ଓ ଶିକ୍ଷକ ମାନଙ୍କ ପରି ସଂଖ୍ୟାନରେ ଭୂମିକା ସମ୍ବନ୍ଧରେ ଅବଗତ କରାଇଥିଲେ । ସମ୍ମାନିତ ଅତିଥି ଭାବେ ସହକାରୀ ନିର୍ଦ୍ଦେଶକ, ପରିସଂଖ୍ୟାନ ସୁବାଷ ଚନ୍ଦ୍ର ପୃଷ୍ଟି ଯୋଗଦେଇ ପରି ସଂଖ୍ୟାନରେ କାର୍ଯ୍ୟାଳୟର ଭୂମିକା ସମ୍ବନ୍ଧରେ ଆଲୋଚନା କରିଥିଲେ । ସେହିପରି ପରିସଂଖ୍ୟାନ ଅଧିକାରୀ କିରଣ ପ୍ରଭା ପାଣିଗ୍ରାହୀ ଯୋଗଦେଇ ଓଡ଼ିଶାରେ ଗାଁରୁ ଜିଲ୍ଲା ପର୍ଯ୍ୟନ୍ତ ବିଭିନ୍ନ ଦ୍ରବ୍ୟ ଓ ସେବା ସମ୍ବନ୍ଧୀୟ ଗ୍ରାହକ ମୂଲ୍ୟ ସୂଚକାଙ୍କ, ଜାତୀୟ ନମୁନା ସର୍ବେକ୍ଷଣ ପ୍ରଶାସନିକ ତଥ୍ୟ ଏବଂ କ୍ଷେତ୍ର ଅନୁସନ୍ଧାନ ଉପରେ ବିସ୍ତୃତ ପରିସଂଖ୍ୟାନ ତଥ୍ୟ ପ୍ରଦାନ କରିଥିଲେ । ସଭାପତି ଭାଷଣରେ ଉପ ନିର୍ଦ୍ଦେଶକ, ଯୋଜନା ଓ ପରିସଂଖ୍ୟାନ, ଖୋର୍ଦ୍ଧା, ଜାତୀୟ ପରିସଂଖ୍ୟାନ ଦିବସ -୨୦୨୬ ପାଳନ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ବନ୍ଧରେ ପ୍ରକାଶ କରି ପରି ସଂଖ୍ୟାନର ଜନକ ପି ସି ମହାଲାନୋବିସ ଙ୍କ ସମାଜ କଲ୍ୟାଣ ପାଇଁ ତାଙ୍କର ଯେଉଁ ଅବିସ୍ମରଣୀୟ ଦାନ ସେ ସମ୍ବନ୍ଧରେ ଗୁରୁତ୍ୱାରୋପ କରି ଛାତ୍ର ଛାତ୍ରୀ ମାନେ ସଠିକ୍ ତଥ୍ୟ ବ୍ୟବହାର କରି ନିଜର ଓ ଦେଶର କଲ୍ୟାଣ ସାଧିତରେ ବ୍ରତୀ ହୁଅନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ଶେଷରେ ଅର୍ଥ ନୀତି ବିଶାରଦ ମୋନାଲି ରାଜ ସିଂହ ଧନ୍ୟ ବାଦ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଏବଂ ସମସ୍ତ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ, ଉତରୀୟ ଏବଂ ଚାରାକୁଣ୍ଡ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଆଂଚଳିକ ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ମୁଖ୍ୟ ଅତିଥି ପରିସଂଖ୍ୟାନ କାର୍ଯ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ବାଣପୁର ବ୍ଲକ ପରିସଂଖ୍ୟାନ ଅଧିକାରୀ, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ବାଲିଅନ୍ତା ବ୍ଲକ୍ ପରିସଂଖ୍ୟାନ ଅଧିକାରୀ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ଜଟଣୀ ବ୍ଲକ୍ ପରିସଂଖ୍ୟାନ ଅଧିକାରୀ ଙ୍କୁ ଫଳକ ପ୍ରଦାନ ସ୍ୱରୂପ ସମ୍ବର୍ଦ୍ଧିତ କରିଥିଲେ । ମଂଚ ପରିଚାଳନା ରେ କାର୍ଯ୍ୟାଳୟ ସଂସ୍ଥା ଅଧିକାରୀ ସସ୍ମିତା ମିଶ୍ର ଓ କର୍ମଚାରୀ ସୌମ୍ୟ ରଞ୍ଜନ ରାଉତ ରାୟ କାର୍ଯ୍ୟ ସମ୍ପାଦନ କରିଥିଲେ । ଦିବସରେ ଜିଲ୍ଲା ଅବକାରୀ ଅଧିକ୍ଷକ ସୁମିତ୍ରା ତ୍ରିପାଠୀ, ଉପ ନିବନ୍ଧକ ସମବାୟ ସମିତି , ଆଳକାନନ୍ଦା ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିଜୟ କୁମାର ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ଲାଇନ୍ ଡିପାର୍ଟମେଂଟ ଅଧିକାରୀ, ପ୍ରାଣ ନାଥ ସ୍ୱୟଂ ଶାସିତ ବିଦ୍ୟାଳୟ ଏବଂ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ଛାତ୍ରଛାତ୍ରୀ, ଯୋଜନା ଓ ପରିସଂଖ୍ୟାନ କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀ, ବ୍ଲକ୍ ପରିସଂଖ୍ୟାନ ଅଧିକାରୀ ଏବଂ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande