ଆବାସ ଯୋଜନା ଘୋଟାଲାକୁ ନେଇ ବିଡ଼ିଓ ଅଫିସରେ ତାଲା
କେନ୍ଦୁଝର, ୨୯ ଜୁନ୍(ହି.ସ.) – ଆବାସପ୍ଲସ ଯୋଜନାରେ ଘୋଟାଲାକୁ ନେଇ ଆଜି ତେଲକୋଇ ବିଡ଼ିଓଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଯୋଗ୍ୟ ହିତାଧିକାରୀ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ୨୨ଟି ପଂଚାୟତରେ ଆବାସପ୍ଲସ ଯୋଜନାରେ ଯୋଗ୍ୟ ଗରିବ ହିତାଧିକାରୀଙ୍କ ପାଇଁ ଘର ଯୋଗାଇଦେବାକୁ ସରକାର ପଂଚ
Telkoi luck


କେନ୍ଦୁଝର, ୨୯ ଜୁନ୍(ହି.ସ.) – ଆବାସପ୍ଲସ ଯୋଜନାରେ ଘୋଟାଲାକୁ ନେଇ ଆଜି ତେଲକୋଇ ବିଡ଼ିଓଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଯୋଗ୍ୟ ହିତାଧିକାରୀ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ୨୨ଟି ପଂଚାୟତରେ ଆବାସପ୍ଲସ ଯୋଜନାରେ ଯୋଗ୍ୟ ଗରିବ ହିତାଧିକାରୀଙ୍କ ପାଇଁ ଘର ଯୋଗାଇଦେବାକୁ ସରକାର ପଂଚାୟତର ଜିଆର୍ଏସ୍ ଓ ପଂଚାୟତ ନିର୍ବାହୀ ଅଧିକାରୀ ଅନଲାଇନ ସର୍ଭେ କଲେ। ଲୋକେ ଭାବିଲେ ଯେହେତୁ ଅନ୍ଲାଇନ ସର୍ଭେ ହେଉଛି ଏଥର ଆବାସ ଯୋଜନାରେ ସ୍ୱଚ୍ଛତା ଆସିବ। ଆଉ ସେମାନେ ଘର ପାଇବେ। ହେଲେ ସେଭଳି କିଛି ହେଲାନାହିଁ। ଆଗରୁ ଯେଉଁ ଢାଂଚାରେ ସର୍ଭେରେ ଘୋଟାଲା ହେଉଥିଲା ଏଥର ମଧ୍ୟ ସମାନ ଅବସ୍ଥା। ପଂଚାୟତଗୁଡ଼ିକରେ ଆବାସପ୍ଲସ ଯୋଜନାର ଲିଷ୍ଟ ବାହାରିଲା ପରେ ଜଣାପଡ଼ିଲା ଆଗରୁ ଯେଉଁମାନେ ଘର ୪/୫ଥର ପାଇଛନ୍ତି ସେମାନଙ୍କ ନାଁରେ ପୁଣି ଘର ଆସିଛି। ଏବଂ ଗାଡ଼ି ମାଲିକ ଚାକିରିଆଙ୍କ ନାମରେ ମଧ୍ୟ ଘର ଲିଷ୍ଟ ରହିଛି। ଯେଉଁମାନେ ଗରିବ ନିଜସ୍ୱ ଘର ନାହିଁ ସେମାନଙ୍କ ନାଁ ଲିଷ୍ଟରେ ନାହିଁ। ସେଥିପାଇଁ ଲୋକେ ବିଡ଼ିଓଙ୍କ ଅଫିସକୁ ପଚାରିବା ପାଇଁ ଯାଇଥିଲେ। ହେଲେ ସେଠି ବିଡ଼ିଓ ଲୋକଙ୍କୁ ବୁଝେଇବା ବଦଳରେ ମୁଁ କିଛି ଜାଣିନି କହି କଥାକୁ ବଦଳାଇଥିଲେ। ବିଡ଼ିଓଙ୍କ ଠାରୁ ସନ୍ତୋଷ ଜନକ ଉତର ନପାଇ ଲୋକେ ବିଡ଼ିଓ ଅଫିସରେ ତାଲା ପକାଇଛନ୍ତି। ସେପଟେ ଲୋକଙ୍କ ଅଭିଯୋଗ ହୋଇଛି ଯେ ପଂଚାୟତରେ ଥିବା ଜିଆର୍ଏସ୍ ଓ ପଂଚାୟତ ନିର୍ବାହୀ ଅଧିକାରୀ ଲାଂଚ ନେଇ ଚଂଚକତା କରି ଗରିବ ହିତାଧିକାରୀଙ୍କ ନାମ ଲିଷ୍ଟରୁ କାଟି ଦେଇଥିବା ପ୍ରକାଶ କରିଛନ୍ତି। ଯାହାପାଇଁ ଆଜି ଗରିବ ଲୋକଙ୍କ ଘର ପାଇବା ସ୍ୱପ୍ନ ମଉଳି ଯାଇଛି। ଏ ସମ୍ପର୍କରେ ଆମେ ବିଡ଼ିଓଙ୍କୁ ପଚାରିବାରୁ ଏ ଲିଷ୍ଟ ଫାଇନାଲ ଲିଷ୍ଟ ନାହିଁ ଆଗକୁ ଫାଇନାଲ ଲିଷ୍ଟ ଆସିବ କହି ଘଟଣାର ମୋଡ଼ ବଦଳାଇବାକୁ ଚେଷ୍ଟା କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande