ମୁକ୍ତ ବିଚାର ମଂଚର ଅଠଷଠି ତମ ଆଲୋଚନା ଚକ୍ର
ନୂଆପଡ଼ା,୨୯ ଜୁନ (ହି.ସ.) - ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ କ୍ଷତ୍ରିୟ ସମାଜ ଭବନଠାରେ ମୁକ୍ତ ବିଚାର ମଂଚର ଅଠଷଠି ତମ ଅଧିବେଶନ ଅବସରପ୍ରାପ୍ତ ମୁଖ୍ୟ ଆୟକର କମିଶନର ତଥା ବିଶିଷ୍ଟ ସ୍ତମ୍ଭକାର ଶ୍ରୀକାନ୍ତ ଚଟର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ତ୍ରୁଟିପୂର୍ଣ୍ଣ ବିଦ୍ୟାଳୟ ପାଠ୍ୟ ପୁସ୍ତକ ଏକ
Alochona chakra anusthita


ନୂଆପଡ଼ା,୨୯ ଜୁନ (ହି.ସ.) - ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ କ୍ଷତ୍ରିୟ ସମାଜ ଭବନଠାରେ ମୁକ୍ତ ବିଚାର ମଂଚର ଅଠଷଠି ତମ ଅଧିବେଶନ ଅବସରପ୍ରାପ୍ତ ମୁଖ୍ୟ ଆୟକର କମିଶନର ତଥା ବିଶିଷ୍ଟ ସ୍ତମ୍ଭକାର ଶ୍ରୀକାନ୍ତ ଚଟର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ତ୍ରୁଟିପୂର୍ଣ୍ଣ ବିଦ୍ୟାଳୟ ପାଠ୍ୟ ପୁସ୍ତକ ଏକ ବ୍ୟବସ୍ଥାଗତ ବିଫଳତା ପ୍ରସଙ୍ଗ ଉପରେ ସପକ୍ଷରେ ଶିକ୍ଷାବିତ୍ ସବଲୁନ ସେନାପତି ଓ ବିପକ୍ଷରେ ରାଜା ଆର୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଗୌରାଙ୍ଗ କୁମାର ସାହୁ ଆଲୋଚନା କରିଥିଲେ। ସଦସ୍ୟ ଆଦିତ୍ୟ ନାରାୟଣ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କିଶୋର ବାଗ ଧନ୍ୟବାଦ ଅର୍ପଣ କରିଥିଲେ। ସମାରୋହରେ ସଦସ୍ୟା ସବିତା ଚଟର୍ଜୀ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଲୋହିତାକ୍ଷ ଯୋଷୀ, ସଂଗୀତଜ୍ଞ ନନ୍ଦଲାଲ ବାରିକ, ନନ୍ଦକିଶୋର ପ୍ରଧାନୀ, ଅବକାଶ ନାରାୟଣ ପଣ୍ଡା, ହିମାଂଶୁ ପୋଡ଼, ବିନୟ ପତି, ମହେନ୍ଦ୍ର କୁମାର ଜଗତ, ଗଜେନ୍ଦ୍ର ବାଗ , କାର୍ତିକ ବାଗ, ଭାନୁଚନ୍ଦ୍ର ସୁନାନୀ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande