ବନ୍ତରେ ଜଗନ୍ନାଥଙ୍କ ସ୍ନାନ ଯାତ୍ରା ପାଳିତ
ଭଦ୍ରକ, ୨୯ ଜୁନ୍ (ହି.ସ.) - ଜ୍ୟେଷ୍ଠ ମାସ ଶୁକ୍ଲ ପକ୍ଷ ପୂର୍ଣ୍ଣମା ତିଥି ଅବସରରେ ବନ୍ତରେ ଥିବା ବିଭିନ୍ନ ମନ୍ଦିରରେ ଜଗନ୍ନାଥଙ୍କ ସ୍ନାନଯାତ୍ରା ବିଧି ଅନୁସାରେ ପାଳିତ ହୋଇଯାଇଛି। ଏଠାରେ ଥିବା ବି.ଟି.ପୁରର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ ମୁଖ୍ୟ ପୂଜକ ସଂଗ୍ରାମ ସାମନ୍ତରାୟ, ରଶ୍ମି ରଞ୍ଜନ ପଣ୍ଡା,
BONTH RE JAGANNATH SNANA YATRA


ଭଦ୍ରକ, ୨୯ ଜୁନ୍ (ହି.ସ.) - ଜ୍ୟେଷ୍ଠ ମାସ ଶୁକ୍ଲ ପକ୍ଷ ପୂର୍ଣ୍ଣମା ତିଥି ଅବସରରେ ବନ୍ତରେ ଥିବା ବିଭିନ୍ନ ମନ୍ଦିରରେ ଜଗନ୍ନାଥଙ୍କ ସ୍ନାନଯାତ୍ରା ବିଧି ଅନୁସାରେ ପାଳିତ ହୋଇଯାଇଛି। ଏଠାରେ ଥିବା ବି.ଟି.ପୁରର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ ମୁଖ୍ୟ ପୂଜକ ସଂଗ୍ରାମ ସାମନ୍ତରାୟ, ରଶ୍ମି ରଞ୍ଜନ ପଣ୍ଡା, ସୁଧିର ରଥ ଠାକୁରଙ୍କ ମଙ୍ଗଳା ଆଳତି, ରତ୍ନ ମଣ୍ଡପରୁ ଆଡ଼ପ ମଣ୍ଡପ ବିଜେ,ହୋମ ଯଜ୍ଞ, ଶହେ ଆଠ କଳସ ଜଳରେ ସ୍ନାନ, ଶୋଡ଼ଷ ଉପଚାର ପୂଜା,ଭୋଗ, ଆଳତି ଶେଷରେ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ସେହିପରି ପୁରୁଷଣ୍ଢ ଜଗନ୍ନାଥ ମନ୍ଦିରେ ମୁଖ୍ୟ ପୂଜକ ବିଷ୍ଣୁ ମୋହନ ପାଣିଗ୍ରାହି, ଅତିଶ ପଣ୍ଡା, ପ୍ରଭାତ ପଣ୍ଡା, ପ୍ରମୋଦ ପଣ୍ଡା, ଶ୍ରଦ୍ଦେୟ ପଣ୍ଡା,ରବିନ୍ଦ୍ର ପଣ୍ଡା ପ୍ରମୁଖ ରିତିନିତି ଅନୁସାରେ ଠାକୁରଙ୍କ ପୂଜାର୍ଚ୍ଚନା କରିଥିଲେ। ଅନୁରୂପ ଭାବେ ନିମାପଡ଼ା କପାଳିକ୍ଷେତ୍ର ଠାରେ ସ୍ନାନ ପୂର୍ଣ୍ଣମା ଉତ୍ସବ ପାଳିତ ହୋଇଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande