ସିଏମଓରୁ ହଜିଥିବା ଫାଇଲ୍ ବାହାର କରିବାର ଆବଶ୍ୟକତା ରହିଛି- ଜୟନାରାୟଣ
ଭୁବନେଶ୍ୱର, ୨୯ ଜୁନ୍ (ହି.ସ) - ସିଏମଓରୁ ଫାଇଲ୍ ଚୋରି ହେବା ପ୍ରସଙ୍ଗକୁ ନେଇ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ହଜିଥିବା ଫାଇଲ୍ ବାହାର କରିବାର ଆବଶ୍ୟକତା ରହିଛି। ରିପୋର୍ଟ ନମିଳିଲେ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡର ଦିଗ ବାହାରିବନି।
jay narayan


ଭୁବନେଶ୍ୱର, ୨୯ ଜୁନ୍ (ହି.ସ) - ସିଏମଓରୁ ଫାଇଲ୍ ଚୋରି ହେବା ପ୍ରସଙ୍ଗକୁ ନେଇ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ହଜିଥିବା ଫାଇଲ୍ ବାହାର କରିବାର ଆବଶ୍ୟକତା ରହିଛି। ରିପୋର୍ଟ ନମିଳିଲେ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡର ଦିଗ ବାହାରିବନି। ବିଭାଗର ରେଜିଷ୍ଟାର ନିଶ୍ଚୟ ଉଲ୍ଲେଖ ରହିଥିବ କିଏ ଫାଇଲ୍ ନେଇଛି। ରେଜିଷ୍ଟାରରେ ଯାହା ନାଁ ଥିବ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ରାଜ୍ୟରେ ଘଟିଥିବା ଅନ୍ୟାନ୍ୟ ହତ୍ୟାକାଣ୍ଡର ମଧ୍ୟ ତଦନ୍ତ କରାଯାଉ। ନବ ଦାସ, ମମିତା ମେହେର ଆଦି ହତ୍ୟାକାଣ୍ଡର ପୁନଃ ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି। ସେହିପରି ମାହାଙ୍ଗା ଡବଲ ମର୍ଡର ମାମଲାର ମଧ୍ୟ ପୁନଃ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ଜୟନାରାୟଣ ମିଶ୍ର।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande