ଜିଲ୍ଲାପାଳଙ୍କ କୋଲାବିରା ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ : ଶିକ୍ଷାର ମାନ, ଭିତ୍ତିଭୂମି ଓ ଛାତ୍ରଛାତ୍ରୀଙ୍କ ସୁବିଧା ଉପରେ ଗୁରୁତ୍ଵାରୋପ
Collector visit different schools of kolabira block
Collector visit


ଝାରସୁଗୁଡ଼ା, ୨୯ ଜୁନ୍ (ହି.ସ.)- ଝାରସୁଗୁଡା ଜିଲ୍ଲାପାଳ କୁଣlଲ ମୋତିରାମ ଚୱାଣ ଆଜି କୋଲାବିରା ବ୍ଲକର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷାର ମାନ, ବିଦ୍ୟାଳୟର ଭିତ୍ତିଭୂମି, ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଥିବା ୟୁନିଫର୍ମର ଗୁଣବତ୍ତା ଏବଂ ବିଭିନ୍ନ ଶିକ୍ଷାଗତ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ।

ପ୍ରଥମେ ସେ ପି.ଏସ. ହାଇସ୍କୁଲ, କୋଲାବିରା ପରିଦର୍ଶନ କରି ପ୍ରଧାନ ଶିକ୍ଷକଙ୍କ ସହ ୟୁନିଫର୍ମ ବଣ୍ଟନ ଓ ଏହାର ଗୁଣବତ୍ତା ସମ୍ପର୍କରେ ଆଲୋଚନା କରିଥିଲେ। ବିଜ୍ଞାନାଗାର ପରିଦର୍ଶନ ବେଳେ କ୍ଷତିଗ୍ରସ୍ତ ୱାଲ୍ ପେପର୍ ହଟାଇବାକୁ ପରାମର୍ଶ ଦେଇଥିଲେ। ସେହିପରି ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାର ଫଳାଫଳରେ ଉନ୍ନତି ଆଣିବା ସହ ବିଦ୍ୟାଳୟର ଏ୧ ମାନ୍ୟତା ହାସଲ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ବିଦ୍ୟାଳୟ ପଛପାର୍ଶ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କୁ ପ୍ରାଥମିକତା ଦେବାକୁ ମଧ୍ୟ କହିଥିଲେ।

ପରେ ସେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପତ୍ରାପାଲି ପରିଦର୍ଶନ କରି ଶ୍ରେଣୀଗୃହ ବୁଲି ଦେଖିବା ସହ ଅଧ୍ୟକ୍ଷଙ୍କ ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ ସମ୍ପର୍କରେ ଆଲୋଚନା କରିଥିଲେ। ୟୁନିଫର୍ମର ଗୁଣବତ୍ତା ଯାଞ୍ଚ କରିବା ସହ ଶ୍ରେଣୀ ବିଭାଜନ ପାଇଁ କକ୍ଷ ବିଭାଜନ କରିବା ନିମନ୍ତେ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ବିଦ୍ୟାଳୟର ଖେଳ ପଡ଼ିଆରେ ଚାଲିଥିବା କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ।

ଶେଷରେ ସେ ସରକାରୀ ୟୁ.ଜି. ଉଚ୍ଚ ବିଦ୍ୟାଳୟ, ସିରିଆପାଲି ପରିଦର୍ଶନ କରି ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ। ବିଜ୍ଞାନାଗାର, କ୍ରୀଡ଼ା କକ୍ଷ, ପାଠାଗାର ଓ ଆଇସିଟି ଲ୍ୟାବ୍ ପରିଦର୍ଶନ କରିବା ସହ ୟୁନିଫର୍ମର ଗୁଣବତ୍ତା ଏବଂ ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ କରିଥିଲେ। ପ୍ରାଥମିକ ଶ୍ରେଣୀର ଶିଶୁମାନଙ୍କ ସହ କଥାବାର୍ତ୍ତା ହୋଇ ସେମାନଙ୍କର ଉତ୍ସାହଜନକ ଉତ୍ତରକୁ ପ୍ରଶଂସା କରିଥିଲେ। ପରିଦର୍ଶନ ଅବସରରେ ଜିଲ୍ଲାପାଳ ବିଦ୍ୟାଳୟ ଗୁଡ଼ିକରେ ଉନ୍ନତ ଶିକ୍ଷା ପରିବେଶ, ଶୃଙ୍ଖଳା, ପରିମଳ ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ନିରନ୍ତର ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ଅଧିକାରୀ ଓ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ପରିଦର୍ଶନ ସମୟରେ ବ୍ଲକ ଶିକ୍ଷା ଅଧିକାରୀ ପ୍ରକାଶ ସାହୁ, ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ l

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande