ତାମିଲନାଡୁ ଆମୋନିଆ ଗ୍ୟାସ ଦୁର୍ଘଟଣା ରେ ଆଦିବାସୀ ଶ୍ରମିକଙ୍କ ମୃତ୍ୟୁ କୁ ନେଇ କେନ୍ଦୁଝର କଂଗ୍ରେସ ସାମ୍ବାଦିକ ସମ୍ମଳିନୀ
କେନ୍ଦୁଝର, ୨୯ ଜୁନ୍ (ହି.ସ.) - କେନ୍ଦୁଝର ଜିଲ୍ଲା ଏକ ଆଦିବାସୀ ବହୁଳ ଖଣି ଖାଦାନ ଭରା ଜିଲ୍ଲା, ଖୁଦ ମୁଖମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଜିଲ୍ଲା କିନ୍ତୁ ଆମ ଜିଲ୍ଲାରୁ ହଜାର ହଜାର ଶ୍ରମିକ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯିବାର ଦେଖିବାକୁ ମିଳୁଛି । ତାମିଲନାଡୁ ରେ ଆମୋନିଅ ଗ୍ୟାସ ଦୁର୍ଘଟଣାରେ ମୃତ
Congress press


କେନ୍ଦୁଝର, ୨୯ ଜୁନ୍ (ହି.ସ.) - କେନ୍ଦୁଝର ଜିଲ୍ଲା ଏକ ଆଦିବାସୀ ବହୁଳ ଖଣି ଖାଦାନ ଭରା ଜିଲ୍ଲା, ଖୁଦ ମୁଖମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଜିଲ୍ଲା କିନ୍ତୁ ଆମ ଜିଲ୍ଲାରୁ ହଜାର ହଜାର ଶ୍ରମିକ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯିବାର ଦେଖିବାକୁ ମିଳୁଛି । ତାମିଲନାଡୁ ରେ ଆମୋନିଅ ଗ୍ୟାସ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା କେନ୍ଦୁଝର ଜିଲ୍ଲା ତେଲକୋଇ ଅଂଚଳର ନାବାଳିକା ଶ୍ରମିକ ଏହା ସମ୍ବେଦନଶୀଳ ଉଦବେଗ ବିଷୟ, ଏହି ନାବାଳିକା ମାନଙ୍କୁ କିଛି ଦଲାଲ ଅଧିକ ପ୍ରାପ୍ୟ ଦେବା କହି ସରଳ ଆଦିବାସୀ ମାନଙ୍କୁ ବୁଝାଇ ବାହାର ରାଜ୍ୟକୁ ପଠା ଯାଉଛି, ଏହି ସବୁ ବିଷୟ ଜିଲ୍ଲା ଶ୍ରମ ଅଧିକାରୀଙ୍କ ପାଖରେ କିଛି ଖବର ନାହିଁ କି ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଉନାହାନ୍ତି କି ପ୍ରଶାସନ ଏଥି ପ୍ରତି ନିଘା ନାହିଁ । ଦୁଃଖ ଅନୁତାପର ବିଷୟ କେନ୍ଦୁଝର ଜିଲ୍ଲା ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାରୁ କୋଟି କୋଟି ସହାୟତା ଆସୁଛି, ତାହା କେଉଁଆଡେ ବାଟମକ୍ଷରଣ ହୋଇଯାଉଛି ପ୍ରଶାସନ ଜାଣିଶୁଣି ନିରବ । କେନ୍ଦୁଝର ଜିଲ୍ଲାକୁ ସୁନାର ଜିଲ୍ଲା କରିବାକୁ ମୁଖ୍ୟମନ୍ତ୍ରୀ ସର୍ବଦା ପ୍ରତିଶୃତି ଦେଇଆସୁଛନ୍ତି ତାହା ନାମକୁ ମାତ୍ର, କିନ୍ତୁ ଦୈନିକ ହଜାର ହଜାର ଶ୍ରମିକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ତାମିଲନାଡୁ ଗ୍ୟାସ ଦୁର୍ଘଟଣା ଜୁଆଙ୍ଗ ମାନଙ୍କ ମୃତ୍ୟୁ ପରେ ସରକାର ତତ୍ପର କେତେ ଏହା ଏକ ଉଦାହରଣ, ତେଣୁ ତେଲକୋଇ ଅଂଚଳ ର ୧୨ ଜଣ ମୃତ୍ୟୁ ହୋଇଥିବା ନିରୀହ ପରିବାରଙ୍କୁ ପଚିଶ ଲକ୍ଷ ଟଙ୍କା ସହାୟତା ଦେବାର ବ୍ୟବସ୍ଥା ସରକାର କରନ୍ତୁ ବୋଲି ଆଜି ସାମ୍ବାଦିକ ସମ୍ମଳିନୀ କରି ରାଜ୍ୟ କଂଗ୍ରେସ ଆଦିବାସୀ ଅଧ୍ୟକ୍ଷ ଶ୍ରୀ ଯଶୋବନ୍ତ ସିଂହ ଲାଗିରୀ କହିଛନ୍ତି । ଏହି ସମ୍ମଳିନୀ ରେ ପିସିସି ସିଧାରଣ ସମ୍ପାଦକ ସୁବର୍ଣ୍ଣ ନାୟକ, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ଡିସିସି ଉପ ସଭାପତି ଲଳିତ ମୋହନ ନାୟକ, ଡିସିସି ସାଧାରଣ ସମ୍ପାଦକ ସୁଢଳ କୁମାର ସେଠୀ, ସଦର ବ୍ଲକ ସଭାପତି ଉତମ କୁମାର ସାହୁ, କଂଗ୍ରେସ ନେତା ରତ୍ନାକର ଜେନା,ରଘୁନାଥ ପାତ୍ର,ଖିରୋଦ ପାତ୍ର, ଲୋକନାଥ ଟୁଡୁ,ପୂର୍ଣ୍ଣ ଚନ୍ଦ୍ର ଦାସ, ପବିତ୍ର ପାତ୍ର ବହୁ କଂଗ୍ରେସ ପ୍ରେମୀ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande