
ନୂଆପଡ଼ା, ୨୯ ଜୁନ (ହି.ସ.)- ନୂଆପଡା ଜିଲ୍ଲାର ଖଡ଼ିଆଳ ବ୍ଲକ ତୁକଲା ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଜି ଦେବସ୍ନାନ ପୂର୍ଣ୍ଣିମା ଆୟୋଜିତ ହୋଇଯାଇଛି। ଆଜି ସକାଳୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ମଙ୍ଗଳ ଆଳତି ସହ ହୋମ ଯଜ୍ଞ କରାଯାଇଥିଲା। ଦିନେଶ ପ୍ରସାଦ ତିୱାରୀ ଓ ସପତ୍ନୀକ କର୍ତ୍ତା କାର୍ଯ୍ୟ ତୁଲାଇଥିବା ବେଳେ ପୂଜକ ଦାୟିତ୍ଵ ନିର୍ବାହ କରିଥିଲେ। ଠାକୁର ମାନଙ୍କୁ ସୁଗନ୍ଧିତ ଦିବ୍ୟ ଜଳରେ ସ୍ନାନ କରାଯାଇଥିଲା। ପୁରୀ ମନ୍ଦିର ରୀତିନୀତି ଅନୁସାରେ ଏଠାରେ ଠାକୁର ମାନେ ୧୦୮ କଳସ ଜଳରେ ଦିବ୍ୟ ସ୍ନାନ ହୋଇଥିଲେ। ମନ୍ଦିର କମିଟି ସଭାପତି ଦିନେଶ ପ୍ରସାଦ ତିୱାରୀ, କମିଟି ସଦସ୍ୟ ଗଣେଶ ଦୁବେ, ତୁଳସୀ ମେହେର, ମଧୁସୂଦନ ମେହେର, ଦେବୀ ଚରଣ ମେହେର, ଗୌରୀ ହୋତା, ରମେଶ ଦୁବେ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଶତାଧିକ ଶ୍ରଦ୍ଧାଳୁ ତିନି ଠାକୁରଙ୍କ ଦର୍ଶନ କରି ଦିବ୍ୟ ଅନୁଭୂତି ପ୍ରାପ୍ତ କରିଥିଲେ। ସେହିପରି ବ୍ଲକର ମାଲପଡ଼ା ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଜି ଦେବସ୍ନାନ ପୂର୍ଣ୍ଣିମା ଆୟୋଜିତ ହୋଇଯାଇଛି। ଆଜି ସକାଳୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ମଙ୍ଗଳ ଆଳତି ସହ ହୋମ ଯଜ୍ଞ କରାଯାଇଥିଲା। ଏଥିରେ କିଶୋର ଦାଶ, ଅଜିତ ଦାଶ ପୂଜକ ଦାୟିତ୍ଵ ନିର୍ବାହ କରିଥିଲେ। ମନ୍ଦିର କମିଟି ସଭାପତି ଆତ୍ମାରାମ ମେହେର, କମିଟି ସଦସ୍ୟ ବେଣୁଧର ମେହେର, ନେତ୍ର ମେହେର, ଉତ୍ତମ ମେହେର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଶତାଧିକ ଶ୍ରଦ୍ଧାଳୁ ତିନି ଠାକୁରଙ୍କ ଦର୍ଶନ କରି ଦିବ୍ୟ ଅନୁଭୂତି ପ୍ରାପ୍ତ କରିଥିଲେ। ଦୋହେଲପଡ଼ା ଗ୍ରାମ ସ୍ଥିତ ଜଗନ୍ନାଥ ମନ୍ଦିରରେ ମଧ୍ୟ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳୁ ଠାକୁରଙ୍କ ମଙ୍ଗଳ ଆଳତୀ ପରେ ଶ୍ରଦ୍ଧାଳୁ ମାନେ ଦର୍ଶନ କରିଥିଲେ। ପରେ ଦିବ୍ୟ ଓ ସୁଗନ୍ଧିତ ଜଳରେ ଠାକୁର ମାନଙ୍କୁ ସ୍ନାନ କରାଯାଇଥିଲା। ଆଖ ପାଖ ଅଞ୍ଚଳର ଶତାଧିକ ଲୋକ ଏଥିରେ ସାମିଲ ହୋଇଥିଲେ। ପୂର୍ଣ୍ଣଚନ୍ଦ୍ର ବେହେରା ସପତ୍ନୀକ କର୍ତ୍ତା କାର୍ଯ୍ୟ ତୁଲାଇଥିବା ବେଳେ ପୂର୍ବତନ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷ କେଶବ ବେହେରା ସହଯୋଗ କରିଥିଲେ ।
ସେହିପରି ଜିଲ୍ଲାର ନୂଆପଡା, କୋମନା, ବୋଡେନ, ସିନାପାଲି, ଖଡ଼ିଆଳ, ଝୋଳପଥର, ଡୁଆଝର, ବରଗାଁ, ଚଲାନପଡ଼ା, ସୁନାରୀସିକୁଆଁ, ଭୁଲିଆସିକୁଆଁ ସହ ଅନ୍ୟାନ୍ୟ ଗ୍ରାମରେ ଦେବସ୍ନାନ ପୂର୍ଣ୍ଣିମା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ