
କୋରାଇ, ୨୯ ଜୁନ୍(ହି.ସ.) – ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ପୁରପଲ୍ଲୀରେ ସବୁଠି ସ୍ନାନ ପୂର୍ଣ୍ଣିମା ଆଡ଼ମ୍ବରରେ ପାଳିତ ହୋଇଛି। ପାଣିକୋଇଲି, ଚାନ୍ଦପୁର, ନୂଆପଦା, ଓଚିନ୍ଦା, ସୋତି ଆଦି ଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ପାଳିତ ହୋଇଛି। ମହାପ୍ରଭୁଙ୍କୁ ମହାସ୍ନାନ କରାଯାଇ ସ୍ନାନ ମଣ୍ଡପକୁ ନିଆଯାଇଥିଲା। ଭକ୍ତ ଓ ଦର୍ଶକଙ୍କ ମଧ୍ୟରେ ଶଙ୍ଖ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହେଉଥିଲା ସମଗ୍ର ଅଂଚଳ। ପାଣିକୋଇଲି ମହାବୀର କଲୋନୀରେ ରାମଚନ୍ଦ୍ର ପାଢ଼ୀଙ୍କ ତତ୍ୱାବଧାନରେ ମହାରାଜା ସନ୍ତୋଷ କୁମାର ବେହେରା ସ୍ନାନ କାର୍ଯ୍ୟ ସମାପନ କରିଥିଲେ। ସେହିପରି ଚାନ୍ଦପୁରରେ ଜଗନ୍ନାଥ କ୍ଲବ ଆନୁକୂଲ୍ୟରେ ମେଘନାଦ ପଣ୍ଡା ଓ ପଣ୍ଡିତ ସନ୍ତୋଷ ପଣ୍ଡା ପୂଜାଭାର ତୁଲାଇଥିବାବେଳେ ମହାରାଜା ପ୍ରକାଶ ଚନ୍ଦ୍ର ସେନାପତିଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା। ବ୍ରଜ ସ୍ୱାଇଁ, ମନ୍ମଥ ପଣ୍ଡା, ପ୍ରଶାନ୍ତ ମହାରଣା, କାହ୍ନୁ ମହାରଣା, ନାରାୟଣ ମହାରଣା, ରାଜେନ୍ଦ୍ର ମହାରଣା, ଅଜିତ ରାଉତ, ବଟକୃଷ୍ଣ ସ୍ୱାଇଁ, ପ୍ରଦୀପ ପଣ୍ଡା, ଅଜୟ ପରିଡ଼ା, ବବିତା ମହାରଣା, ସୋନାଲି ରାଉତ, ମନପ୍ରା ପଣ୍ଡା, ମାମାଲି ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି