
ଗଞ୍ଜାମ, ୨୯ ଜୁନ୍ (ହି.ସ.)- ଗଞ୍ଜାମ ଜିଲାରେ ମନ୍ଦିର ଲୁଟ୍ ଘଟଣା ଥମିବାର ନାଁ ଧରୁନି। କିଛି ଦିନର ବ୍ଯବଧାନ ମଧ୍ୟରେ ଗୋଟିଏ ପରେ ଗୋଟିଏ ମନ୍ଦିର ଲୁଟ୍ ହେବାରେ ଲାଗିଛି । ପୁଲିସ ମନ୍ଦିର ଲୁଟେରା ମାନଙ୍କୁ କାବୁ କରିପାରୁ ନଥିବାରୁ ସେମାନଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗତ ରାତିରେ ଲୁଟେରା ମାନେ ବୈଦ୍ୟନାଥପୁର ଥାନାର ଚଣ୍ଡିମନ୍ଦିରରେ ପଶି ହୁଣ୍ଡିଭାଂଗି ଟଂକାପଇସା ଦାନବାସ୍କରୁ ଲୁଟି ନେଇଥିବା ଖବରପାଇ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ