ଗୋପାଳଜୀ ମଠରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳିତ
ଗୋପାଳଜୀ ମଠରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳିତ
ଗୋପାଳଜୀ ମଠରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳିତ


ସମ୍ବଲପୁର, ୨୯, ଜୁନ୍ (ହି.ସ.) - ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ସ୍ଥାନୀୟ ଗୋପାଳଜୀ ମଠ ପରିସରରେ ଭକ୍ତିମୟ ପରିବେଶ ମଧ୍ୟରେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ପାହାଣ୍ଡି ବିଜେ କରାଯାଇ ସ୍ନାନମଣ୍ଡପକୁ ଅଣାଯାଇଥିଲା। ପରେ ବିଧିବିଧାନ ଓ ରୀତିନୀତି ଅନୁଯାୟୀ ମହାପ୍ରଭୁଙ୍କ ମହାସ୍ନାନ ସମ୍ପନ୍ନ କରାଯାଇଥିଲା।

ସ୍ନାନ ପୂର୍ଣ୍ଣିମା ଉତ୍ସବରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା। ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ।

ସେହିପରି ଆଜି ଅପରାହ୍ନ ପ୍ରାୟ ୫ଟା ସମୟରେ ମହାପ୍ରଭୁଙ୍କ ଗଜାନନ ବେଶ ଦର୍ଶନ ପାଇଁ ମଠ ପକ୍ଷରୁ ସୁବ୍ୟବସ୍ଥା କରାଯାଇଥିବା ଯୋଗୁଁ ଆଖ ପାଖ ଅଞ୍ଚଳରୁ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଭକ୍ତମାନେ ପ୍ରଭୁଙ୍କୁ ଗଜାନନ ବେଶରେ ଦର୍ଶନ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande