ବଲାଙ୍ଗୀର ଜିଲ୍ଲାପାଳଙ୍କ ଗୁଡଭେଲା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟଗୁଡ଼ିକର ନିରୀକ୍ଷଣ
ବଲାଙ୍ଗୀର, ୨୯ ଜୁନ୍(ହି.ସ.) – ଆଜି ବଲାଙ୍ଗୀର ଜିଲ୍ଲାପାଳ ଗୁଡଭେଲା ଠାରେ ଆୟୋଜିତ ହୋଇଥିବା ଯୁଗ୍ମ ଅଭିଯୋଗ ଶୁଣାଣୀ ଯୋଗଦେବା ସହ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟଗୁଡ଼ିକର ନିରୀକ୍ଷଣ କରିଥିଲେ। ଗୁଡଭେଲା ପଂଚାୟତ ସମିତି ବୈଠକ ଗୃହରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର
ବଲାଙ୍ଗିର ଜିଲ୍ଲାପାଳ ଙ୍କ ଗୁଡଭେଲା ଠାରେ  ଯୁଗ୍ମ ଅଭିଯୋଗ ଶୁଣାଣି  ଶିବିରବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଗୁଡିକର ନିରୀକ୍ଷଣ


ବଲାଙ୍ଗିର ଜିଲ୍ଲାପାଳ ଙ୍କ ଗୁଡଭେଲା ଠାରେ  ଯୁଗ୍ମ ଅଭିଯୋଗ ଶୁଣାଣି  ଶିବିରବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଗୁଡିକର ନିରୀକ୍ଷଣ


ବଲାଙ୍ଗିର ଜିଲ୍ଲାପାଳ ଙ୍କ ଗୁଡଭେଲା ଠାରେ  ଯୁଗ୍ମ ଅଭିଯୋଗ ଶୁଣାଣି  ଶିବିରବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଗୁଡିକର ନିରୀକ୍ଷଣ


ବଲାଙ୍ଗୀର, ୨୯ ଜୁନ୍(ହି.ସ.) – ଆଜି ବଲାଙ୍ଗୀର ଜିଲ୍ଲାପାଳ ଗୁଡଭେଲା ଠାରେ ଆୟୋଜିତ ହୋଇଥିବା ଯୁଗ୍ମ ଅଭିଯୋଗ ଶୁଣାଣୀ ଯୋଗଦେବା ସହ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟଗୁଡ଼ିକର ନିରୀକ୍ଷଣ କରିଥିଲେ। ଗୁଡଭେଲା ପଂଚାୟତ ସମିତି ବୈଠକ ଗୃହରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଓ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ ଉପସ୍ଥିତ ରହି ବିଭିନ୍ନ ଅଂଚଳରୁ ଆସିଥିବା ଲୋକଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ। ଏହି ଶିବିରରେ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଜିଲ୍ଲାପାଳ ସମସ୍ତ ଅଭିଯୋଗ ଶୁଣିବା ପରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଦାଖଲ ହୋଇଥିବା ଅଭିଯୋଗ ପତ୍ରଗୁଡ଼ିକ ଯଥାଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ଏହି ଶିବିରରେ ମୋଟ ୪୩ଟି ଅଭିଯୋଗ ପତ୍ର ପଞ୍ଜୀକୃତ ହୋଇଥିଲା। ତନ୍ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ୩୬ଟି ଏବଂ ୭ଟି ସାମୁହିକ ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥିରୁ ୧୧ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଏହି ଅଭିଯୋଗ ଶୁଣାଣୀ ଶିବିରରେ ବଲାଙ୍ଗୀର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଗୁଡଭେଲା ଚିକିତ୍ସାଳୟ ଗସ୍ତ କରି ସ୍ୱାସ୍ଥ୍ୟ କେନ୍ଦ୍ରର ବହିର୍ବିଭାଗ ଓ ଅନ୍ତର୍ବିଭାଗ ପରିଦର୍ଶନ ପୂର୍ବକ ରୋଗୀଙ୍କ ସ୍ୱାସ୍ଥ୍ୟ ସେବା, ମାଗଣା ଔଷଧ ଯୋଗାଣ ବ୍ୟବସ୍ଥା ଓ ପରିସରର ସ୍ୱଚ୍ଛତାର ସମୀକ୍ଷା କରିଥିଲେ। ତେନ୍ତୁଳିଖୁଂଟି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ସହ ଶୈକ୍ଷିକ ଆଲୋଚନା କରିଥିଲେ। ସେ ସ୍କୁଲର ଭିତିଭୂମି, ସ୍ମାର୍ଟ କ୍ଲାସରୁମ୍, ବିଜ୍ଞାନଗାର, ପାଠାଗାର, ଛାତ୍ରବାସ ଓ ଛାତ୍ରୀବାସଗୁଡ଼ିକ ବୁଲି ନିରୀକ୍ଷଣ କରି ଯଥାଶୀଘ୍ର କାମଗୁଡ଼ିକ ସଂପୂର୍ଣ୍ଣ କରି କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦେଶ ଦେଇଥିଲେ। ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande