
ସମ୍ବଲପୁର, ୨୯ ଜୁନ୍(ହି.ସ.) – ଆସନ୍ତା ଜୁଲାଇ ମାସ ୪ ଓ ୫ ତାରିଖରେ ଓଡ଼ଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା। ବିଜେପି ରାଜ୍ୟ ପ୍ରବକ୍ତା ତଥା କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସିଙ୍କ ସୂଚନା ମୁତାବକ ଗୃହମନ୍ତ୍ରୀ ଶ୍ରୀ ଶାହ ୪ ତାରିଖରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିବେ। ସେଠାରୁ ସଡ଼କ ପଥରେ ବରଗଡ଼ ଯିବେ। ବରଗଡ଼ ରେ ୧,୭୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଇଥନାଲ ପ୍ଲାଂଟକୁ ଲୋକାର୍ପଣ କରିବେ। ଏହାପରେ ଏକ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ବରଗଡ଼ରୁ କର୍ଯ୍ୟକ୍ରମ ସାରି ସମ୍ବଲପୁର ଆସି ଏଠାରେ ରାତ୍ରିଯାପନ କରିବେ। ପର ଦିନ ୫ ତାରିଖରେ ସମ୍ବଲପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହାପରେ ଏକ ଦଳୀୟ ସାଧାରଣ ସଭାରେ ଯୋଗ ଦେବେ। ଏହାପରେ ସେ ବିମାନରେ ନୂଆଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବରଗଡ଼ ସାଂସଦ ପ୍ରଦୀପ କୁମାର ପୁରୋହିତଙ୍କ ସମେତ ରାଜ୍ୟର ବହୁ ବରିଷ୍ଠ ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ସାମିଲ୍ ବୋଲି ଶ୍ରୀ ବକ୍ସି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ