
ନୂଆପଡା, ୨୯ ଜୁନ (ହି.ସ.)- ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ‘ଧର୍ମେଶ ଡ୍ୟାନ୍ସ ଏକାଡେମୀ’ ଏବଂ ‘ଉତ୍କଳ କରାଟେ ସ୍କୁଲ’ ପକ୍ଷରୁ ମିଳିତ ଭାବେ ଆୟୋଜିତ କରାଟେ ବେଲ୍ଟ ଟେଷ୍ଟ ପରୀକ୍ଷାରେ ମୋଟ ୨୫ ଜଣ ଶିକ୍ଷାର୍ଥୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଖଡ଼ିଆଳ ଉତ୍କଳ କରାଟେ ସ୍କୁଲର ନିର୍ଦ୍ଦେଶକ ତଥା ପ୍ରଶିକ୍ଷକ ଧର୍ମେଶ ମେହେର ଏବଂ ‘ଇଣ୍ଡିଆ ଗ୍ରେଡ୍-ଏ’ ଜଜ୍ ତଥା ରେଫରୀ ସିହାନ ସୁରେଶ ଜାଲ ଯାଦବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଗୋପାଳ କୃଷ୍ଣ ସାହୁ ସହାୟତା କରିଥିଲେ। ବ୍ରାଉନ୍ ବେଲ୍ଟ (ଥାର୍ଡ କ୍ୟୁ) ରେ ଦିବ୍ୟାଂଶ ଶେଖର ପଣ୍ଡା ଏବଂ ବ୍ରାଉନ୍ ବେଲ୍ଟ (ଫୋର୍ଥ କ୍ୟୁ) ରେ ଭୂମରାଜ ସାହୁ ସଫଳତା ପାଇଛନ୍ତି। ଗ୍ରୀନ୍ ବେଲ୍ଟ ଶୁଭମ୍ ମାନହରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅରେଞ୍ଜ ବେଲ୍ଟରେ ୭ ଜଣ ଶିକ୍ଷାର୍ଥୀ ହୃଦ୍ ସ୍ପନ୍ଦନ ମେହେର, ପ୍ରଭୁଦତ୍ତ ନାଏକ, ଗର୍ଗବ ଯୋଶୀ, ଦୋୟଲ ଥାପା, ଦୀପ୍ତେଶ ହେର୍ଣ୍ଣା, ଧ୍ରୁବ କୁମାର ନାଏକ ଏବଂ ଅନନ୍ତ କୁମାର ଉତ୍ତୀର୍ଣ୍ଣ ହୋଇଛନ୍ତି।
ସେହିପରି ୟେଲୋ ବେଲ୍ଟ ବିଭାଗରେ ସର୍ବାଧିକ ୧୫ ଜଣ ଶିକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନେ ହେଲେ ଆୟୁଷ ବେହେରା, ଅୟାଂଶ ବେହେରା, ଆଦର୍ଶ ବେହେରା, ଗୋପୀନାଥ ବେହେରା, ବୈଭବ ମିଶ୍ର, ଭାବନା ମିଶ୍ର, ଶେଖ୍ ହୁସେନ୍ ଅଲ୍ଲୀ, ରିହାନସ ଗୁପ୍ତା, ଦୀକ୍ଷାନ୍ତ ପଣ୍ଡା, ସଂକଳ୍ପ ଦାଶ, ନୈମିଷ କୁମାର ବିଶି, କେଦାର ସତନାମୀ, ତୁଷାରକାନ୍ତ ମେହେର, ସଞ୍ଚିତ ପଣ୍ଡା ଏବଂ ଚିନ୍ମୟ ଦାଶ ଅଧିକାରୀ। ଶିକ୍ଷାର୍ଥୀଙ୍କ ଏହି ସଫଳତା ପାଇଁ ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଯାଇଛି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ