
କନ୍ଧମାଳ, ୨୯ ଜୁନ୍(ହି.ସ.) – ଜିଲ୍ଲା ଆଇନ୍ସେବା ପ୍ରାଧିକରଣ, ଫୁଲବାଣୀ ଆନୁକୂଲ୍ୟରେ ସ୍ଥାନୀୟ ଏ.ଜେ.ଓ.ଉଚ୍ଚ ବିଦ୍ୟାଳୟରେ ଫୁଲବାଣୀ ଠାରେ ଆଜି ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ରମାକାନ୍ତ ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଭୂତି ଭୂଷଣ ମହାପାତ୍ର, ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅଞ୍ଜଳି ଶତପଥୀ, ଚିକିତ୍ସା ଅଧିକାରୀ ଡାକ୍ତର ଅରବିନ୍ଦ ଦାସ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ସିମାଂଚଳ ସ୍ୱାଇଁ, ଫୁଲବାଣୀ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ସୁରକ୍ଷା ଅଧିକାରୀ ସରୋଜ କୁମାର କହ୍ନର, ଏ.ଜେ.ଓ. ଉଚ୍ଚ ବିଦ୍ୟାଳୟ ଫୁଲବାଣୀର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଶୁଭସ୍ମିତା ପଟ୍ଟନାୟକ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ଏଥିସହିତ କାର୍ଯ୍ୟକ୍ରମରେ ପୋକ୍ସୋ ଆଇନ୍, କିଶୋର ନ୍ୟାୟ(ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ୍, ପୋକ୍ସୋ ଆଇନ୍ ଅନୁଯାୟୀ ପୀଡ଼ିତାଙ୍କୁ ପ୍ରଦାନ କରାଯାଉଥିବା କ୍ଷତିପୂରଣ ବ୍ୟବସ୍ଥା ଓ ଅନ୍ୟାନ୍ୟ ଅପରାଧର ଶିକାର ତଥା ପୀଡ଼ିତାଙ୍କ ପାଇଁ ଜାତୀୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ, କ୍ଷତିପୂରଣ ଯୋଜନା–୨୦୧୮ ଏବଂ ଭାରତୀୟ ସମ୍ବିଧାନରେ ଉଲ୍ଲେଖିତ ମୌଳିକ କର୍ତବ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଆଇନ ସେବା ପାଇବା ପାଇଁ ଉପଲବ୍ଧ ଥିବା ନାଲସା ହେଲ୍ପଲାଇନ ନମ୍ବର ୧୫୧୦୦ ଓ ନାଲସା ପୋର୍ଟାଲ ସମ୍ପର୍କିତ ସୂଚନା ପତ୍ର ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ପ୍ରଦାନ କରାଯାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ