ଏନଡ଼ିଆରଏଫ ତରଫରୁ ସଚେତନତା କାର୍ଯ୍ୟକ୍ରମ
ଜୟପୁର, ୨୯ ଜୁନ୍ (ହି.ସ.)- ଏନଡିଆରଏଫ୍, ମୁଣ୍ଡଳୀ, କଟକର ୧୫ ଜଣିଆ ଦଳ, ଇନ୍ସପେକ୍ଟର ପି. କେ. ଯାଦବଙ୍କ ନେତୃତ୍ୱରେ ହବିଲଦାର ଶ୍ରୀକାନ୍ତ ଦାଶ, ରଶ୍ମୀ ରଞ୍ଜନ ଦାସ, ଭି. ତୁଳସୀ ଦାସୁ, ପ୍ରଭାତ ପଟେଲଙ୍କ ସହଯୋଗରେ ପଟାଙ୍ଗୀ ଅଞ୍ଚଳ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଫାମେକ୍ସ କାର୍ଯ୍ୟକ୍ରମ ଅନୁ
ଏନଡ଼ିଆରଏଫ ତରଫରୁ ସଚେତନତା କାର୍ଯ୍ୟକ୍ରମ


ଜୟପୁର, ୨୯ ଜୁନ୍ (ହି.ସ.)- ଏନଡିଆରଏଫ୍, ମୁଣ୍ଡଳୀ, କଟକର ୧୫ ଜଣିଆ ଦଳ, ଇନ୍ସପେକ୍ଟର ପି. କେ. ଯାଦବଙ୍କ ନେତୃତ୍ୱରେ ହବିଲଦାର ଶ୍ରୀକାନ୍ତ ଦାଶ, ରଶ୍ମୀ ରଞ୍ଜନ ଦାସ, ଭି. ତୁଳସୀ ଦାସୁ, ପ୍ରଭାତ ପଟେଲଙ୍କ ସହଯୋଗରେ ପଟାଙ୍ଗୀ ଅଞ୍ଚଳ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଫାମେକ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ପଟ୍ଟାଙ୍ଗୀ ସରକାରୀ ଉଚ୍ଚ ବିଦ୍ୟାଳୟର ହେଡ ମିଷ୍ଟ୍ରେଶ୍ ଶ୍ରୀମତୀ ରଶ୍ମିତା ରାଉତ, ଅନ୍ଯ ଶିକ୍ଷକ/ଶିକ୍ଷୟୀକା ସହ ଛାତ୍ର ଓ ଛାତ୍ରୀ ମାନେ ଏହି ପ୍ରୋଗ୍ରାମରେ ଭାଗ ନେଇଥିଲେ। ବିପର୍ଯ୍ୟୟ ପ୍ରସ୍ତୁତି, ପ୍ରତିକ୍ରିୟା ଏବଂ ସୁରକ୍ଷା ବ୍ୟବସ୍ଥା ସମ୍ବନ୍ଧରେ ସଚେତନ କରାଯାଇଥିଲା। ବନ୍ୟା, ଭୂମିକମ୍ପ, ଘୂର୍ଣ୍ଣିଝଡ଼ ସହ ବଜ୍ରପାତ, ସାପ କାମୁଡ଼ା ଏବଂ ଅନ୍ୟାନ୍ୟ ପ୍ରାକୃତିକ ଓ ମାନବସୃଷ୍ଟି ବିପଦ ସମୟରେ କିପରି ନିଜକୁ ଓ ଅନ୍ୟମାନଙ୍କୁ ସୁରକ୍ଷିତ ରଖାଯାଇପାରିବ, ସେ ସମ୍ବନ୍ଧରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଥିଲା।ଏନଡିଆରଏଫ୍ ଦଳ ଦ୍ୱାରା ପ୍ରି-ହସ୍ପିଟାଲ ଟ୍ରିଟମେଣ୍ଟ , ପ୍ରାଥମିକ ଚିକିତ୍ସା , କାର୍ଡିଓ-ପଲ୍ମୋନାରୀ ରିସସିଟେସନ୍ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ପଦ୍ଧତି ଉପରେ ପ୍ରାୟୋଗିକ ପ୍ରଦର୍ଶନ କରାଯାଇଥିଲା। ଏହାସହ ବିପର୍ଯ୍ୟୟ ସମୟରେ ତ୍ୱରିତ ପ୍ରତିକ୍ରିୟା, ସୁରକ୍ଷିତ ସ୍ଥାନାନ୍ତରଣ ଏବଂ ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ପ୍ରସ୍ତୁତିର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା। ସେହିପରି ଏନଡିଆରଏଫ୍, ମୁଣ୍ଡଳୀ, କଟକର 15 ଜଣିଆ ଦଳ, ଇନ୍ସପେକ୍ଟର ପି. କେ. ଯାଦବଙ୍କ ନେତୃତ୍ୱରେ ସବ ଇନ୍ସପେକ୍ଟର ଶୁଖବିର୍ ସିଂହ, ହବିଲଦାର ଶ୍ରୀକାନ୍ତ ଦାଶ, ରଶ୍ମୀ ରଞ୍ଜନ ଦାସ, ଭି. ତୁଳସୀ ଦାସୁ, ପ୍ରଭାତ ପଟେଲ ଙ୍କ ସହଯୋଗରେ କୋରପୁଟ ଅଞ୍ଚଳ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ମାଛରାରେ ଏକ ଫାମେକ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ମାଛରା ର ପ୍ରିନ୍ସିପାଲ ମୀକ ଶତପଥୀ, ଏନସିସି ଶିକ୍ଷକ ଗୁପ୍ତେଶ୍ୱର ସାହୁ, ଅନ୍ଯ ଶିକ୍ଷକ/ଶିକ୍ଷୟୀକା ସହ ଛାତ୍ର ଓ ଛାତ୍ରୀ ମାନେ ଏହି ପ୍ରୋଗ୍ରାମ ରେ ଭାଗ ନେଇଥିଲେ। ବିପର୍ଯ୍ୟୟ ପ୍ରସ୍ତୁତି, ପ୍ରତିକ୍ରିୟା ଏବଂ ସୁରକ୍ଷା ବ୍ୟବସ୍ଥା ସମ୍ବନ୍ଧରେ ସଚେତନ କରାଯାଇଥିଲା। ବନ୍ୟା, ଭୂମିକମ୍ପ, ଘୂର୍ଣ୍ଣିଝଡ଼ ସହ ବଜ୍ରପାତ, ସାପ କାମୁଡ଼ା ଏବଂ ଅନ୍ୟାନ୍ୟ ପ୍ରାକୃତିକ ଓ ମାନବସୃଷ୍ଟି ବିପଦ ସମୟରେ କିପରି ନିଜକୁ ଓ ଅନ୍ୟମାନଙ୍କୁ ସୁରକ୍ଷିତ ରଖାଯାଇପାରିବ, ସେ ସମ୍ବନ୍ଧରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଥିଲା।ଏନଡିଆରଏଫ୍ ଦଳ ଦ୍ୱାରା ପ୍ରି-ହସ୍ପିଟାଲ ଟ୍ରିଟମେଣ୍ଟ , ପ୍ରାଥମିକ ଚିକିତ୍ସା , କାର୍ଡିଓ-ପଲ୍ମୋନାରୀ ରିସସିଟେସନ୍ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ପଦ୍ଧତି ଉପରେ ପ୍ରାୟୋଗିକ ପ୍ରଦର୍ଶନ କରାଯାଇଥିଲା। ଏହାସହ ବିପର୍ଯ୍ୟୟ ସମୟରେ ତ୍ୱରିତ ପ୍ରତିକ୍ରିୟା, ସୁରକ୍ଷିତ ସ୍ଥାନାନ୍ତରଣ ଏବଂ ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ପ୍ରସ୍ତୁତିର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande