
ଝାରସୁଗୁଡା, ୨୯ ଜୁନ୍ (ହି.ସ.)- ଜୁନ୍ ମାସର ଇଣ୍ଟେନ୍ସିଫାଇଡ୍ ପଲ୍ସ ପୋଲିଓ ଇମ୍ୟୁନାଇଜେସନ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥିମାନେ ୫ ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ପୋଲିଓ ଟିକାର ଦୁଇ ବୁନ୍ଦ ପିଆଇ ଅଭିଯାନର ଶୁଭାରମ୍ଭ କରିଥିଲେ।ଏହି ଅବସରରେ ଜିଲ୍ଲାର ସମସ୍ତ ଅଭିଭାବକଙ୍କୁ ନିଜର ୫ ବର୍ଷରୁ କମ୍ ବୟସର ପ୍ରତ୍ୟେକ ଶିଶୁଙ୍କୁ ନିକଟସ୍ଥ ପଲ୍ସ ପୋଲିଓ ବୁଥକୁ ନେଇ ପୋଲିଓ ଟିକା ନିଶ୍ଚିତ ଭାବେ ପିଆଇବାକୁ ଆହ୍ୱାନ କରାଯାଇଥିଲା। ପଲ୍ସ ପୋଲିଓ ଅଭିଯାନ ମାଧ୍ୟମରେ ପୋଲିଓମୁକ୍ତ ସମାଜ ଗଠନ ଦିଗରେ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା। ଜିଲ୍ଲାର ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସ୍ଥାପିତ ପଲ୍ସ ପୋଲିଓ ବୁଥ, ଟ୍ରାନ୍ଜିଟ୍ ବୁଥ ଓ ପରବର୍ତ୍ତୀ ଘରକୁ ଘର ବୁଲିବା କାର୍ଯ୍ୟକ୍ରମ ମାଧ୍ୟମରେ ଯୋଗ୍ୟ ଶିଶୁମାନଙ୍କୁ ପୋଲିଓ ଟିକା ପ୍ରଦାନ କରାଯିବ। ପୋଲିଓ ନିରାକରଣ ପାଇଁ ଏହି ଅଭିଯାନକୁ ସଫଳ କରିବାରେ ସମସ୍ତଙ୍କ ସକ୍ରିୟ ସହଯୋଗ ଲୋଡ଼ା ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହା ଜୁନ୍ ୨୦୨୬ ଆଇ ପି ପି ଆଇ ରାଉଣ୍ଡ ୨୮–୩୦ ଜୁନ୍ ମଧ୍ୟରେ ଆୟୋଜିତ ହେଉଛି ଏବଂ ୫ ବର୍ଷରୁ କମ୍ ବୟସର ସମସ୍ତ ଶିଶୁଙ୍କୁ ପୋଲିଓ ଟିକା ପ୍ରଦାନ କରିବା ଏହାର ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ମାଇକ ଯେlଗେ ସମସ୍ତଙ୍କୁ ସଚେତନ କରାଯାଇଥିଲା l
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ