
କେନ୍ଦ୍ରାପଡ଼ା, ୨୯ ଜୁନ୍(ହି.ସ.) – ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୪୨ତମ ଜୟନ୍ତୀ ପାଳନ ନିମନ୍ତେ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ମୃତି କମିଟି ସଭାପତି ବରିଷ୍ଠ ଆଇନଜୀବୀ ବିଚିତ୍ରାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଆସନ୍ତା ଜୁଲାଇମାସ ୧୭ତାରିଖରେ କେନ୍ଦ୍ରାପଡା ସହରର ଆନନ୍ଦମାର୍ଗସ୍ଥିତ ଶ୍ରୀ ଜେନାଙ୍କ ପ୍ରତିମୂର୍ତ୍ତି ନିକଟରେ ଏହି ଉସôବ ପାଳନ କରାଯିବାକୁ ସ୍ଥିର କରାଯାଇଥିଲା । ଏଥିନିମନ୍ତେ ଆବଶ୍ୟକ ପ୍ରସ୍ତୁତି ପାଇଁ ସବିଶେଷ ଆଲୋଚନା କରାଯିବା ସହ ଉପସ୍ଥିତ କର୍ମକର୍ତ୍ତାମାନଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଥିଲା । ଏହି ବୈଠକରେ ଆଶ୍ରମର ଆରାଧ୍ୟା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ, ସ୍ମୃତି କମିଟି ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ମୁକ୍ତାର ଖାଁ, ସଂଯୋଜକ ସଞ୍ଜୟ କୁମାର ଜେନା, ଉପଦେଷ୍ଟା ପଣ୍ଡିତ ହୃଷିକେଶ ରଥ, କରୁଣାକର ଦାସ, ଧିରେନ୍ଦ୍ର ଦାସ, ସହସମ୍ପାଦକ ସତ୍ୟବ୍ରତ ସିଂ, ଅକ୍ଷୟପ୍ରିୟ ଦାସ, ନିରଞ୍ଜନ ବଳ, ମହମ୍ମଦ ଜାହିଦ ଖାନ, ଗୋଲଖ ଚନ୍ଦ୍ର ପରିଡା, ଶରତ କୁମାର ରାଉତ, ମହେଶ୍ୱର ବେହେରା, ହାଡିବନ୍ଧୁ ସିଂହ, ଜ୍ୟୋତିରଞ୍ଜନ ନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି