ସ୍ୱତନ୍ତ୍ର ସଘନ ସଂଶୋଧନର ପରବର୍ତୀ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, ୨୯ ଜୁନ୍(ହି.ସ.) – ରାଜ୍ୟବ୍ୟାପୀ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ କାର୍ୟ୍ୟକ୍ରମର ପରବର୍ତୀ ପର୍ୟ୍ୟାୟକୁ ସୁଚାରୁରୂପେ ସମ୍ପାଦନ କରିବା ନିମନ୍ତେ ଆଜି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ରଘୁରାମ ଆର୍. ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ
ସ୍ୱତନ୍ତ୍ର ସଘନ ସଂଶୋଧନର ପରବର୍ତୀ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡ଼ା, ୨୯ ଜୁନ୍(ହି.ସ.) – ରାଜ୍ୟବ୍ୟାପୀ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ କାର୍ୟ୍ୟକ୍ରମର ପରବର୍ତୀ ପର୍ୟ୍ୟାୟକୁ ସୁଚାରୁରୂପେ ସମ୍ପାଦନ କରିବା ନିମନ୍ତେ ଆଜି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ରଘୁରାମ ଆର୍. ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସୂଚନା ଦିଆଯାଇଥିଲା ଯେ, ଗତ ୩୦ ମଇରୁ ୨୮ ଜୁନ ପର୍ୟ୍ୟନ୍ତ ଜିଲ୍ଲାର ସମସ୍ତ ପାଞ୍ଚଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଅନ୍ତର୍ଗତ ଫର୍ମ ସଂଗ୍ରହ ଏବଂ ଡିଜିଟାଇଜେସନ କାର୍ୟ୍ୟ ସଫଳତାର ସହ ସମ୍ପନ୍ନ ହୋଇଛି। ବର୍ତମାନ ପରବର୍ତୀ ପର୍ୟ୍ୟାୟର ସମସ୍ତ କାର୍ୟ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସଠିକ୍ ଭାବେ ସମ୍ପାଦନ କରିବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ନିର୍ବାଚନ କାର୍ୟ୍ୟସୂଚୀ ଅନୁଯାୟୀ ୫ ଜୁଲାଇ, ୨୦୨୬ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଏହାପରେ ୫ ଜୁଲାଇରୁ ୪ ଅଗଷ୍ଟ ପର୍ୟ୍ୟନ୍ତ ଦାବି ଓ ଆପତି ଗ୍ରହଣ କରାଯିବ। ଦାବି ଓ ଆପତିର ଯାଂଚ ଓ ଫଇସଲା ୪ ଅଗଷ୍ଟରୁ ୨ ସେପ୍େଟମ୍ବର ମଧ୍ୟରେ ସମ୍ପନ୍ନ ହେବ ଏବଂ ୬ ସେପ୍େଟମ୍ବର, ୨୦୨୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ଜିଲ୍ଲାପାଳ ଶ୍ରୀ ଆୟର ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଓ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ, ଦାବି ଓ ଆପତି ଗ୍ରହଣ ଏବଂ ତାହାର ଫଇସଲା ସମ୍ପୂର୍ଣ୍ଣ ସ୍ୱଚ୍ଛତା, ନିରପେକ୍ଷତା ଓ ସମୟବଦ୍ଧ ଭାବେ ସମ୍ପାଦନ କରାଯିବା ସହିତ କୌଣସି ଯୋଗ୍ୟ ମତଦାତା ଯେପରି ତାଲିକାରୁ ବାଦ୍ ନପଡ଼ନ୍ତି ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ। ବୈଠକରେ ୯୬-ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀର ଋଜଙ ତଥା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ୯୭-କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ତଥା ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ୯୮-ଆଳି ବିଧାନସଭା ନିର୍ବାଚନମଣ୍ଡଳୀର ତଥା ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ୯୯-ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀର ତଥା ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, ୧୦୦-ମହାକାଳପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ତଥା ଅତିରିକ୍ତ ଉପଜିଲ୍ଲାପାଳ ସନ୍ଧ୍ୟାଞ୍ଜଳି ମାଝୀଙ୍କ ସମେତ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande