କୋଲାବିରା ରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ; ୪୫ଟି ଅଭିଯୋଗ ପଞ୍ଜୀକୃତ, ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ସହାୟତା ପ୍ରଦାନ
Public grievance at kolabira block
Public grievance


ଝାରସୁଗୁଡ଼ା, ୨୯ ଜୁନ୍ (ହି.ସ.) - କୋଳାବିରା ଠାରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ସେମାନଙ୍କର ବିଭିନ୍ନ ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ବିଷୟରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଜିଲ୍ଲାପାଳ ସମସ୍ତ ଅଭିଯୋଗକୁ ଶୁଣିବା ସହ ଏହାର ତୁରନ୍ତ ଏବଂ ସମୟଭିତିକ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅଭିଯୋଗ ଶୁଣାଣି ଶିବିରରେ ଝାରସୁଗୁଡ଼ା ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, କୋଳାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବିନାଶ ଲାକ୍ରା, ତହସିଲଦାର ମନୋଜ କୁଜୁର, ଉପ ଆରକ୍ଷୀ ଅଧିକ୍ଷକ, ଝାରସୁଗୁଡା ଉମାଶଙ୍କର ସିଂ ଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲାକ୍ରା, ସହକାରୀ ଜ଼ିଲ୍ଲାପାଳ ମୃତ୍ୟୁଞ୍ଜୟ ଶବର ପରିଚାଳନା କରିଥିଲେ ।

ଶିବିରରେ ମୋଟ ୪୫ ଟି ଅଭିଯୋଗ ପତ୍ର ପଞ୍ଜିକରଣ କରାଯାଇଥିଲା । ସେଥିମଧ୍ୟରୁ ୨୮ ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ୧୭ ଟି ସାମୂହିକ ଅଭିଯୋଗ ରହିଥିଲା। ଏହା ସହିତ ଜଣେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୧୦,୦୦୦- ଟଙ୍କାର ଆର୍ôଥକ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହି ଶିବିରରେ ମୁଖ୍ୟତଃ ସ୍ଥାନୀୟ ଅଂଚଳର ପାନୀୟ ଜଳ ସମସ୍ୟା, ଜମି ଜମା ବିବାଦ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା, ରାସ୍ତା ନିର୍ମାଣ ଏବଂ ବିଭିନ୍ନ ଭତା ପେନସନ, ରାସନ କାର୍ଡ,ଆଶୀର୍ବାଦ ଯୋଜନା,ଜମିବାଡ଼ି ସମସ୍ୟା ଭଳି ବିଷୟଗୁଡ଼ିକ ଉପରେ ଆଲୋଚନା ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande