କେନ୍ଦୁଝରରେ ଟୀକାକରଣ ଅଭିଯାନ: ୮୨% ଶିଶୁଙ୍କୁ ଟୀକା
କେନ୍ଦୁଝର, ୨୯ ଜୁନ୍(ହି.ସ.) – କେନ୍ଦୁଝର ଜିଲ୍ଲାରେ ଶିଶୁମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ଜାରି ରହିଥିବା ସ୍ୱତନ୍ତ୍ର ଟିକାକରଣ ଅଭିଯାନ ସଫଳତାର ସହ ଆଗେଇ ଚାଲିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ଲକ୍ଷ୍ୟ ଅନୁଯାୟୀ, ଜିଲ୍ଲାରେ ମୋଟ ୧,୭୬,୬୫୯ ଜଣ ଶିଶୁଙ୍କୁ ଟିକାକରଣ ପରିସରଭୁକ୍ତ କରିବ
Pulse polia


କେନ୍ଦୁଝର, ୨୯ ଜୁନ୍(ହି.ସ.) – କେନ୍ଦୁଝର ଜିଲ୍ଲାରେ ଶିଶୁମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ଜାରି ରହିଥିବା ସ୍ୱତନ୍ତ୍ର ଟିକାକରଣ ଅଭିଯାନ ସଫଳତାର ସହ ଆଗେଇ ଚାଲିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ଲକ୍ଷ୍ୟ ଅନୁଯାୟୀ, ଜିଲ୍ଲାରେ ମୋଟ ୧,୭୬,୬୫୯ ଜଣ ଶିଶୁଙ୍କୁ ଟିକାକରଣ ପରିସରଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ବର୍ତମାନ ସୁଦ୍ଧା ୧,୪୪,୪୭୨ ଜଣ ଶିଶୁ ଟୀକା ନେଇସାରିଛନ୍ତି। ଏହି ସଫଳତା ସହ ଜିଲ୍ଲା ୮୨ ପ୍ରତିଶତ ଲକ୍ଷ୍ୟ ହାସଲ କରିଛି।

ଏହି ସ୍ୱତନ୍ତ୍ର ଅଭିଯାନର ଜିଲ୍ଲାସ୍ତରୀୟ ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦୁଝର ସିଡିଏମ୍ ଆଣ୍ଡ ପିଏଚ୍ଓ ଡ଼ଃ ଧନେଶ୍ୱର ସେଠୀ ଏହି ଅଭିଯାନକୁ ଔପଚାରିକ ଭାବେ ଉଦଘାଟନ କରିଥିଲେ। ଟୀକାକରଣ କାର୍ଯ୍ୟକ୍ରମରେ କୌଣସି ଶିଶୁ ଯେପରି ବାଦ୍ ନପଡ଼ନ୍ତି, ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଅଭିଯାନର ଶେଷ ଦୁଇଦିନରେ କୌଣସି ଶିଶୁ ଯେପରି ଟୀକାରୁ ବଂଚିତ ନହୁଅନ୍ତି, ସେଥିପାଇଁ ସ୍ୱାସ୍ଥ୍ୟକର୍ମୀମାନେ ‘ଘରକୁ ଘର' ବୁଲି ଟୀକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଉଦଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ ପ୍ରତିନିଧି ଭାବେ ଯୁଗ୍ମ ନିର୍ଦ୍ଦେଶକ(ଏମ୍ଏଚ୍) ଡ଼ଃ ଅଭିଜିତ କୁଆଁର ଯୋଗଦେଇଥିଲେ। ଏଥିସହିତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଡ଼ଃ ପୁରୁଷୋତମ ମହାନ୍ତ(ଡିପିଏଚ୍ଓ), ଡ଼ଃ ଲକ୍ଷ୍ମୀକାନ୍ତ ମହାନ୍ତ(ଏଡିପିଏଚ୍ଓ-ଏଫ୍ଡବ୍ଲ୍ୟୁ), ଡ଼ଃ ନୀଲମ ମହାନ୍ତି(ଏଡିପିଏଚ୍ଓ-ଟିବି), ଡ଼ଃ ପୁଷ୍ପାରାଣୀ ପଟ୍ଟନାୟକ(ଏଡିପିଏଚ୍ଓ-ଭିବିଡ଼ି) ଏବଂ ନିତ୍ୟରଞ୍ଜନ ବରାଳ(ଡିପିଏମ୍, ଏନ୍ଏଚ୍ଏମ୍) ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳତା ପାଇଁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ସ୍ୱାସ୍ଥ୍ୟ ବିଭାଗର ଅନ୍ୟ ଅଧିକାରୀ ଶ୍ରୀ ଭରତ ସାହୁ(ଡିପିଏଚ୍ସିଓ), ଶ୍ରୀ ଗୋବିନ୍ଦ ଚନ୍ଦ୍ର ମିଶ୍ର(ଡିଭିଏଲ୍ଏମ୍), ଶ୍ରୀମତୀ ବୁଧୁନୀ ମହାପାତ୍ର(ଏଲ୍ଏଚ୍ଭି), ଶ୍ରୀ ବୃନ୍ଦାବନ ସାହୁ(ଏସ୍ଏ), ଶ୍ରୀ ଚିତରଞ୍ଜନ ଜେନା(ଆଇସିଏ)ଙ୍କ ସମେତ ରୋଟାରୀ କ୍ଲବ କେନ୍ଦୁଝରର ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande