ଠାକୁର ରଘୁନାଥ ସ୍ୱାମୀଙ୍କ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ନୀତି, ଗଜାନନ ବେଶରେ ଶ୍ରୀଜିଉଙ୍କୁ ଦର୍ଶନ
ସମ୍ବଲପୁର, ୨୯ ଜୁନ୍(ହି.ସ.) – ଠାକୁର ରଘୁନାଥ ସ୍ୱାମୀ ମନ୍ଦିର ଟରିସରରେ ସୋମବାର ସକାଳ ପ୍ରାୟ ୧୦ଟା ବେଳେ ଚତୁର୍ଦ୍ଧାମୂର୍ତିଙ୍କ ଦେବସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ ଉତ୍ସବ ଆଡ଼ମ୍ବରର ସହ ଅନୁଷ୍ଠିତ ହୋଇଯାଇଛି। ଢାକୁର ବ୍ରହ୍ମ ସମାଜ ଓ ଦେବୋତର ବୋର୍ଡର ମିଳିତ ଆନୁକୂଳ୍ୟରେ ଏହି ଧାର୍ମିକ କାର୍ଯ୍ୟକ
ଠାକୁର ରଘୁନାଥ ସ୍ୱାମୀଙ୍କ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ନୀତି, ଗଜାନନ ବେଶରେ ଶ୍ରୀଜିଉଙ୍କୁ ଦର୍ଶନ


ସମ୍ବଲପୁର, ୨୯ ଜୁନ୍(ହି.ସ.) – ଠାକୁର ରଘୁନାଥ ସ୍ୱାମୀ ମନ୍ଦିର ଟରିସରରେ ସୋମବାର ସକାଳ ପ୍ରାୟ ୧୦ଟା ବେଳେ ଚତୁର୍ଦ୍ଧାମୂର୍ତିଙ୍କ ଦେବସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ ଉତ୍ସବ ଆଡ଼ମ୍ବରର ସହ ଅନୁଷ୍ଠିତ ହୋଇଯାଇଛି। ଢାକୁର ବ୍ରହ୍ମ ସମାଜ ଓ ଦେବୋତର ବୋର୍ଡର ମିଳିତ ଆନୁକୂଳ୍ୟରେ ଏହି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରାତଃକାଳରେ ମଙ୍ଗଳ ଆରତି, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ସମେତ ନୀତିକାନ୍ତି ସମ୍ପନ୍ନ ହେବା ପରେ ସେବାୟତମାନେ ରତ୍ନ ସିଂହାସନରୁ ଚତୁର୍ଧା ମୂର୍ତିଙ୍କୁ ପାହାଣ୍ଡି ବିଜେ କରାଇ ମନ୍ଦିର ପରିସରସ୍ଥ ସ୍ନାନମଣ୍ଡପକୁ ଆଣିଥିଲେ। ସେଠାରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ସମ୍ପନ୍ନ ହେବା ପରେ ହଳଦୀ, ଚନ୍ଦନ ଓ ସୁଗନ୍ଧିତ ଜଳରେ ଚତୁର୍ଧା ମୂର୍ତିଙ୍କ ମହାସ୍ନାନ କରାଯାଇଥିଲା। ପରେ ଶ୍ରୀବିଗ୍ରହମାନଙ୍କୁ ଆକର୍ଷଣୀୟ ଗଜାନନ ବେଶରେ ସୁସଜ୍ଜିତ କରାଯାଇଥିଲା। ଠାକୁରଙ୍କ ଏହି ମନୋରମ ଗଜାନନ ବେଶ ଦର୍ଶନ ପାଇଁ ଢାକୁର ଓ ଆଖପାଖ ଅଂଚଳରୁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା। ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରି ପ୍ରଭୁଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande