

ଜୟପୁର, ୨୯ ଜୁନ୍ (ହି.ସ.)- ଜୟପୁର ସହର ପାରାବେଡା ଜିରୁ ପଠାଣ ଲାଇନରେ ଜୁଆ ଖେଳ ଚାଲୁଥିବା ସୂଚନା ପାଇ ଟାଉନ ପୋଲିସ ଚଢଉ କରିଛି । ଚଢଉ କରି ୧୫ ଜଣ ଜୁଆଡିଙ୍କୁ ଗିରଫ କରିଥିବା ବେଳେ ସେଥି ମଧ୍ୟରୁ ୫ ଜଣ ଅଭ୍ୟାସଗତ ଜୁଆଡିଙ୍କୁ ୧୧୨ ଦଫାରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଜୟପୁର ଟାଉନ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନିରେ ଏସଡିପିଓ ଅଚ୍ଚିତା ମିତ୍ତଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କୋର୍ଟ ଚାଲାଣ ହୋଇଥିବା ଜୁଆଡ୍ଡି ମାନେ ହେଲେ ଜୟପୁର ନୁଆ ସାହି ୫ ଲାଇନର ତ୍ରିପତି ପାଣିଗ୍ରାହୀ (୫୨), ଅନନ୍ତ ବାସୁଦେବ ପଣ୍ଡା (୪୪), ରଘୁନାଥ ନାୟକ (୪୯) , ପାରାବେଡାର ରାଜେନ୍ଦ୍ର କୁମାର ସାହୁ (୫୬), ଦିପକ କୁମାର ନାୟକ (୩୮) । ସେହିପରି ଅନ୍ୟ ଜୁଆଡ୍ଡି ମାନେ ହେଲେ ବୈପାରିଗୁଡାର କିଶୋର ପ୍ରଧାନ (୪୩) ନୁଆ ସାହି ୫ ଲାଇନର ପଞ୍ଚାନନ ପଣ୍ଡା (୪୪), ଗୌଡସାହିର ଶ୍ୟାମଘନ ସାହୁ (୪୫), ପୁରୁଣାଗଡର ସନ୍ତୋଷ କୁମାର ରଥ (୫୨), ଫାମ୍ପୁଣି ଗ୍ରାମର ହୃଦ ନନ୍ଦ ମଣ୍ଡଳ (୪୩), ସନ୍ତୋଷି ମା ଲାଇନର ଶଙ୍କର ବେହେରା (୩୨), ଖାଲ ସାହିର ବିମଳ କୁମାର ସାହୁ (୪୩), କେବିଏସଡି ରୋଡର ସରୋଜ କୁମାର ପଟ୍ଟନାୟକ (୨୯), ଫାମ୍ପୁଣି ଗ୍ରାମର କୃଷ୍ଣ ବିଷୋୟୀ (୨୪), ଗାନ୍ଧୀ ଛକ କୁଳଜିତ ସିଂ (୫୭) । ଗିରଫ ଅଭିଯୁକ୍ତ ଠାରୁ ୩ ଲକ୍ଷ ୫୦ ହଜାର ଟଙ୍କା, ୮ଟି ସ୍କୁଟି ଓ ବାଇକ, ୧୫ଟି ମୋବାଇଲ, ୧୦ଟି ସିଲ ପ୍ୟାକେଟ ତାସ, ୧୨ଟି ଖୋଲା ତାସ କୁ ଜବତ କରିଛି । ଅନ୍ୟ୧୦ ଜଣ ଜୁଆଡିଙ୍କୁ ଥାନାରୁ ନୋଟିସରେ ଛଡାଯାଇଥିବା ବେଳେ ଅନ୍ୟ ୫ ଜଣ ଅଭ୍ୟାସଗତଙ୍କୁ ୧୧୨ ଦଫାରେ କୋର୍ଟ ଚାଲାଣ କରାଯାଇଛି । ପାରାବେଡା ଜିରୁ ଲାଇନରେ ଜୁଆ ଖେଳ ଚାଲୁଥିବା ସୂଚନା ପାଇ ଜୟପୁର ଟାଉନ ପୋଲିସ ଚଢଉ କରିଥିଲା । ଚଢଉ କରି ମାମଲା ରୁଜୁ କରି ୧୫ ଜଣଙ୍କୁ ଗିରଫ କରି ୫ ଅଭ୍ୟାସ ଗତ ଜୁଆଡିଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ସାମ୍ବାଦିକ ସମ୍ମୀଳନିରେ ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ, ଏସଆଇ ସୁଦ୍ଧାନ୍ତ ବେହେରା, ଏସଆଇ ଗୋବିନ୍ଦ ହାଂସଦା ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି