କେନ୍ଦୁଝରରେ ଦେବସ୍ନାନ ପୂର୍ଣ୍ଣିମା
କେନ୍ଦୁଝର, ୨୯ ଜୁନ୍(ହି.ସ.) – ଆଜି କେନ୍ଦୁଝର ର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉ ଙ୍କ ମନ୍ଦିରରେ ଅନୁଷ୍ଠିତ ହୋଇଛି ଦେବସ୍ନାନ ପୂର୍ଣ୍ଣିମା। ଆଜି ସକାଳେ ପ୍ରଭୁଙ୍କର ଅବକାଶ ନୀତି, ପରେ ଲୁଗାଲାଗି, ଏହାପରେ ପୁଷ୍ପାଞ୍ଜଳି ଶେଷ ହେବା ପରେ ଦିନ ୧୦ଟାରେ ସୁଦର୍ଶନ, ପ୍ରଭୁ ଶ୍ରୀବଳଦେବଜୀଉ, ମା ସୁଭ
Snana Purnima


କେନ୍ଦୁଝର, ୨୯ ଜୁନ୍(ହି.ସ.) – ଆଜି କେନ୍ଦୁଝର ର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉ ଙ୍କ ମନ୍ଦିରରେ ଅନୁଷ୍ଠିତ ହୋଇଛି ଦେବସ୍ନାନ ପୂର୍ଣ୍ଣିମା। ଆଜି ସକାଳେ ପ୍ରଭୁଙ୍କର ଅବକାଶ ନୀତି, ପରେ ଲୁଗାଲାଗି, ଏହାପରେ ପୁଷ୍ପାଞ୍ଜଳି ଶେଷ ହେବା ପରେ ଦିନ ୧୦ଟାରେ ସୁଦର୍ଶନ, ପ୍ରଭୁ ଶ୍ରୀବଳଦେବଜୀଉ, ମା ସୁଭଦ୍ରା ଓ ଜଗନ୍ନାଥଙ୍କ ସହ ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦୀରେ ବିଜେ ହୋଇଥିଲେ। ଏଠାରେ ଯଥାବିଧି ପୂଜାର୍ଚ୍ଚନା ପରେ ସ୍ୱର୍ଣ୍ଣପାତ୍ରରେ ଥିବା ଜଳରେ ପ୍ରଭୁଙ୍କୁ ସ୍ନାନ କରାଯାଇଥିଲା। ବିଧି ଅନୁସାରେ ବଳଭଦ୍ରଙ୍କୁ ୩୫ ଗରା, ସୁଭଦ୍ରାଙ୍କୁ ୨୨, ଜଗନ୍ନାଥଙ୍କୁ ୩୩ ଓ ସୁଦର୍ଶନଙ୍କୁ ୧୮ ଗରା ଜଳରେ ସ୍ନାନ କରାଯାଇଥିଲା। ଏହାପରେ ଶ୍ରୀବିଗ୍ରହମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା। ଏଠାରେ ଶ୍ରୀ ବଳଦେବଜୀଉଙ୍କୁ ଅଁଳାପତ୍ର ଓ ପ୍ରଭୁ ଜଗନ୍ନାଥଙ୍କୁ ତୁଳସୀପତ୍ରରେ ଗଜାନନ ବେଶ କରାଯାଉଥିବା ବେଳେ ଦେବୀ ସୁଭଦ୍ରାଙ୍କୁ କୁଆଁରୀ ବେଶରେ ସଜ୍ଜିତ କରାଯାଇଥାଏ। ପ୍ରଭୁଙ୍କର ଗଜବେଶକୁ ଦେଖିବା ପାଇଁ ଭକ୍ତଙ୍କର ଭିଡ ପରିଲକ୍ଷିତ ହୋଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande