ମଦ ବିକ୍ରି ବନ୍ଦ କରାଯିବାନେଇ ମହିଳା ଙ୍କ ବଜ୍ର ଶପଥ
ସୁବର୍ଣପୁର, ୨୯ ଜୁନ୍ (ହି.ସ.) ଲୁପୁରସିଂହା ସ୍ଥିତ କାଶୀ ବିଶ୍ୱନାଥ ମନ୍ଦିର ଠାରେ ସମସ୍ତ ଏସଏଚଜି ଗ୍ରୁପ ମହିଳାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୁପୁରସିଂହା ଗ୍ରାମରେ ମଦ ବିକ୍ରି ବନ୍ଦ କରିଯିବା ସହ କେମିତି ଗ୍ରାମରେ ବର୍ଷେ ପର୍ଯ୍ୟନ୍ତ ମଦ ପିଇବା ଜନିତ ବିଶୃଙ୍ଖଳା ନ ହେବ ଏହାର ତତ୍ୱାବ
ମଦ ବିକ୍ରି ବନ୍ଦ କରିଯିବାନେଇ  ମହିଳା ଙ୍କ ବଜ୍ର ଶପଥ


ସୁବର୍ଣପୁର, ୨୯ ଜୁନ୍ (ହି.ସ.) ଲୁପୁରସିଂହା ସ୍ଥିତ କାଶୀ ବିଶ୍ୱନାଥ ମନ୍ଦିର ଠାରେ ସମସ୍ତ ଏସଏଚଜି ଗ୍ରୁପ ମହିଳାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୁପୁରସିଂହା ଗ୍ରାମରେ ମଦ ବିକ୍ରି ବନ୍ଦ କରିଯିବା ସହ କେମିତି ଗ୍ରାମରେ ବର୍ଷେ ପର୍ଯ୍ୟନ୍ତ ମଦ ପିଇବା ଜନିତ ବିଶୃଙ୍ଖଳା ନ ହେବ ଏହାର ତତ୍ୱାବଧାନ କରିବା ପାଇଁ ବିଚାରବିମର୍ଷ କରାଯାଇଥିଲା । ଯିଏ ମଦ ପିଇ ଗ୍ରାମରେ ବିଶୃଙ୍ଖଳା କରେ ଗ୍ରୁପ ମହିଳାମାନେ ତାଙ୍କୁ ସଭାକୁ ଡକେଇ ତାଗିଦ କରିବା ପାଇଁ ନିଷ୍ପତି ହୋଇଥଲା । ଯଦି ପ୍ରଥମେ ମାନିବେ ଠିକ୍ ନ ହେଲେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୈଠକରେ ସ୍ଥିରୀକୃତ ହୋଇଛି । ଗ୍ରାମର ଅନେକ ସମସ୍ୟା ଆଲୋଚନା ହେଇଥିଲା । ଜୋରରେ ଗାଧୁଆ ଘାଟ, ପ୍ରଧାନ ମୁଣ୍ଡରେ ଗାଧୁଆ ଘାଟ ମରାମତି, ରଥଯାତ୍ରା ପୂର୍ବରୁ ଗାଁ ଦାଣ୍ଡ ସଫା ସୁତରା କରାଯିବା ନେଇ ନିଷ୍ପତି ହୋଇଥଲା । ପ୍ରତ୍ୟେକ ସମସ୍ୟାର ସମାଧାନ କରାଯିବାକୁ ନିଷ୍ପତି ହୋଇଥିବା ବେଳେ ସୁଫଳ ନିଶ୍ଚୟ ମିଳିବ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି । ଏହି କାର୍ଯ୍ୟରେ ଲୁପୁରସିଂହାର ବ୍ୟାସଦେବ ମହାକୁର, ୱାର୍ଡ ମେମ୍ବର ଜୟରାମ ମଲ୍ଲିକ, ଭାରତ ଭୂଷଣ ଦାସ ଓ ସଂଗ୍ରାମ ଦାସ ପୂର୍ଣ୍ଣ ସହଯୋଗ କରିବେ ବୋଲି ଧ୍ରୁବ ବାଣି ଦେବାସହ ଭଗବାନ କାଶୀ ବିଶ୍ୱେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶପଥ ନେଇଛନ୍ତି ଯେ, ମଦ ବିକ୍ରିକୁ ବନ୍ଦ ନିଶ୍ଚୟ କରାଯିବ । ସୂଚନା ଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ମହିଳାମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହ ଲୁପୁରସିଂହା ଗ୍ରାମରେ ବେଆଇନ ରନ୍ଧାମଦ ଓ ଗଞ୍ଜେଇ କାରବାର ବନ୍ଦ କରିବା ପାଇଁ ଏସପି ଓ ଅବକାରୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande