ଜିଲ୍ଲାସ୍ତରୀୟ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ
ସମ୍ବଲପୁର, ୨୯ ଜୁନ୍(ହି.ସ.) – ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ମହାନ୍ ପରିସଂଖ୍ୟାନବିତ୍ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହଲାନବିଶଙ୍କ ଜନ୍ମଜୟନ୍ତୀ ଅବସରରେ ଜାତୀୟ ପରିସଂଖ୍ୟାନ ଦିବସ’ ପାଳିତ ହୋଇଯାଇଛି। ଚଳିତ ବର୍ଷର ମୂଳ ଆଭିମୁଖ୍ୟ ପ୍ରଶାସନିକ ତଥ୍ୟର ସାମର୍ଥ୍ୟର ଉନ୍ମୋଚନ’ ଶୀର୍ଷକ ଉପରେ
ଜିଲ୍ଲାସ୍ତରୀୟ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ


ଜିଲ୍ଲାସ୍ତରୀୟ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ


ଜିଲ୍ଲାସ୍ତରୀୟ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ


ଜିଲ୍ଲାସ୍ତରୀୟ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ


ସମ୍ବଲପୁର, ୨୯ ଜୁନ୍(ହି.ସ.) – ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ମହାନ୍ ପରିସଂଖ୍ୟାନବିତ୍ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହଲାନବିଶଙ୍କ ଜନ୍ମଜୟନ୍ତୀ ଅବସରରେ ଜାତୀୟ ପରିସଂଖ୍ୟାନ ଦିବସ’ ପାଳିତ ହୋଇଯାଇଛି। ଚଳିତ ବର୍ଷର ମୂଳ ଆଭିମୁଖ୍ୟ ପ୍ରଶାସନିକ ତଥ୍ୟର ସାମର୍ଥ୍ୟର ଉନ୍ମୋଚନ’ ଶୀର୍ଷକ ଉପରେ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟ ଆନୁକୂଲ୍ୟରେ ପରିସଂଖ୍ୟାନ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଦିବସଟି ପରିସଂଖ୍ୟାନ ବିଜ୍ଞାନ, ଅର୍ଥନୈତିକ ଯୋଜନା ଏବଂ ସ୍ୱାଧୀନତା ପରବର୍ତୀ ରାଷ୍ଟ୍ର ନିର୍ମାଣରେ ତାଙ୍କର ସ୍ମାରକୀ ଅବଦାନକୁ ସ୍ୱୀକୃତି ଦେବା ପାଇଁ ଉତ୍ସର୍ଗୀକୃତ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ଯୋଗ ଦେଇଥିବାବେଳେ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ରାହୁଲ ପଟେଲ ଯୋଗ ଦେଇଥିଲେ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପରିସଂଖ୍ୟାନ ବିଭାଗର ମୁଖ୍ୟ ପ୍ରଫେସର ମୋନାଲିଶା ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପରିସଂଖ୍ୟାନ ମାଧ୍ୟମରେ କିପରି ମହାନଦୀରେ ବନ୍ୟା ପୂର୍ବାନୁମାନ ଆକଳନ କରାଯାଇପାରେ ସେ ସମ୍ପର୍କରେ ଏକ ବଳିଷ୍ଠ ମଡେଲ ଉପସ୍ଥାପନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁଧାଂଶୁ କୁମାର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଶାସନିକ ସେବା ଏବଂ ଜନକଲ୍ୟାଣ ଯୋଜନାର ସଫଳ ରୂପାୟନରେ ତଥ୍ୟ ବା ଡାଟାର ସଠିକ୍ ବିଶ୍ଳେଷଣ ଉପରେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି।ଅତିରିକ୍ତ ଜିଲ୍ଲାପାଳ ନିଜ ଅଭିଭାଷଣରେ କହିଛନ୍ତି ଯେ, ତଥ୍ୟ କେବେ ମିଛ କହେ ନାହିଁ’। ସରକାରଙ୍କର ପ୍ରତ୍ୟେକ ବିଭାଗ ଯେପରିକି ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଓ ଜନମଙ୍ଗଳ ବିଭାଗ ପାଖରେ ବହୁ ପରିମାଣର ପ୍ରଶାସନିକ ତଥ୍ୟ ରହିଛି। ମାତ୍ର ଏହି ତଥ୍ୟଗୁଡ଼ିକର କେବଳ ସଂଗ୍ରହ ନୁହେଁ, ବରଂ ଏହାର ଗଭୀର ଓ ସଠିକ୍ ବିଶ୍ଳେଷଣ ଦ୍ୱାରା ହିଁ ପ୍ରକୃତ ସମସ୍ୟାର ସମାଧାନ କରାଯାଇପାରିବ। ଶିକ୍ଷା ବିଭାଗରେ ଛାତ୍ରଛାତ୍ରୀଙ୍କ ସ୍କୁଲ ଛାଡ଼ିବା ସମସ୍ୟା କିମ୍ବା ଭିନ୍ନକ୍ଷମମାନଙ୍କ ସଠିକ୍ ଚିହ୍ନଟ ପ୍ରକ୍ରିୟା ଉଦାହରଣ ଦେଇ ସେ ବୁଝାଇଥିଲେ ଯେ, ତଥ୍ୟକୁ ପଂଚାୟତ ଓ ଗ୍ରାମ ସ୍ତର ପର୍ଯ୍ୟନ୍ତ ବିଶ୍ଳେଷଣ କଲେ ହିଁ ପ୍ରଭାବୀ ସରକାରୀ ପଦକ୍ଷେପ ନିଆଯାଇପାରିବ। ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନଙ୍କୁ ତଥ୍ୟ ବିଶ୍ଳେଷଣରେ ଅଧିକ ଦକ୍ଷ କରିବା ପାଇଁ ଆଗାମୀ ଦିନରେ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଆୟୋଜନ କରିବାକୁ ସେ କହିଥିଲେ। ଏହି ଅବସରରେ ମହାନଦୀ ଅବବାହିକାର ମୁଣ୍ଡଳୀ ଜଳଭଣ୍ଡାର ଅଂଚଳରେ ବନ୍ୟା ଏବଂ ବୃଷ୍ଟିପାତର ପୂର୍ବାନୁମାନ ପାଇଁ ପ୍ରସ୍ତୁତ କରାଯାଇଥିବା ଏକ ଅତ୍ୟାଧୁନିକ ଗବେଷଣା ମଡେଲ, ୧୦୦ ପ୍ରତିଶତ ସଠିକତା ସହ ବୃଷ୍ଟିପାତ ଓ ଜଳ ପ୍ରବାହର ଆକଳନ ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଗତ ୨୪ ତାରିଖରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ପ୍ରବନ୍ଧ ଏବଂ କୁଇଜ୍ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ପ୍ରଶଂସନୀୟ କାର୍ଯ୍ୟ ପାଇଁ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟର କର୍ମଚାରୀଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରିବା ସହିତ, ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ସମ୍ମାନିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସ୍ୱାଗତ ଅଭିଭାଷଣ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ଉପ ନିର୍ଦ୍ଦେଶକ ପ୍ରକାଶ କୁମାର ଦେଓ ଦେଇଥିଲେ, ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟ, ସମ୍ବଲପୁରର ସହକାରୀ ନିର୍ଦ୍ଦେଶକ(ପରିସଂଖ୍ୟାନ) ପ୍ରଦ୍ୟୁମ୍ନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande