
ଜୟପୁର, ୨୯ ଜୁନ୍ (ହି.ସ.) - ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ,ଜୟପୁରରେ ଚଳିତ ଶିକ୍ଷାବର୍ଷ ପାଇଁ ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ଅଧ୍ୟକ୍ଷା ମମତା କୁମାରୀ ଝୋଡ଼ିଆ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ବୈଠକର କାର୍ଯ୍ୟସୂଚୀ ପ୍ରଦାନ କରିଥିଲେ । ପ୍ରତିମାସର କ୍ଲଷ୍ଟର ସ୍ତରୀୟ ବୈଠକର କାର୍ଯ୍ୟସୂଚୀ, ଆଲୋଚ୍ୟ ବିଷୟ , ସୂଚନା ଫର୍ଦ୍ଦ ଆଦି ଏସସିଇଆରଟି, ଓଏସଇପିଏ ତରଫରୁ ପ୍ରଦାନ କରାଯାଇଛି ଯାହାକି ଡ।ଏଟ ମାଧ୍ୟମରେ ସିଆର ସିସିଙ୍କ ଜରିଆରେ କ୍ଲଷ୍ଟର ଓ ବିଦ୍ୟାଳୟ ସ୍ତରରେ ପହଂଚିବା । ପ୍ରଥମ ପର୍ଯ୍ୟାୟରେ ଉମକନ୍ତୀ ବୈପାଇ ବାର୍ଷିକ କାର୍ଯ୍ୟ ଯୋଜନା,ଶୈକ୍ଷିକ କ୍ୟାଲେଣ୍ଡର,ଶିକ୍ଷଣ ଫଳାଫଳ ପୁସ୍ତିକା ଆଲୋଚନା କରିଥିଲେ । ଶିକ୍ଷକ ପ୍ରଶିକ୍ଷକ ସୁଶାନ୍ତ କୁମାର ଜେନା ,ଯାଦୁ ପେଡିରେ ଥିବା ଶିକ୍ଷଣ ସାମଗ୍ରୀ ଗୁଡିକର ବ୍ୟବହାର ଏବଂ ଶିଶୁ ବତିକରୂ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଖେଳ ଭିତିକ କାର୍ଯ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ,ବରିଷ୍ଠ ପ୍ରଶିକ୍ଷିକା ଶ୍ରୀମତୀ ଗାୟତ୍ରୀ ବୈଠାରୁ ଶିକ୍ଷଣ ସୋପାନ ରେଜିଷ୍ଟରର ବ୍ୟବହାର , ବିଦ୍ୟାଳୟ ପରିଦର୍ଶନ ଓ ଆଲୋଚନା ବିଷୟରେ ବୁଝାଇଥିଲେ,ଶିକ୍ଷକ ପ୍ରଶିକ୍ଷିକା ଶ୍ରୀମତୀ କୁସୁମ ପାଣ୍ଡେ ଅନଲାଇନ କଂଟେଂଟ,ସ୍କୁଲ ସେଫ୍ଟି ବିଷୟରେ ଆଲୋଚନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି