
ଭୁବନେଶ୍ୱର, 29 ଜୁନ୍ (ହି.ସ.)
- ମହାପ୍ରତାପୀ
ସମ୍ରାଟ ଗଜପତି କପିଳେନ୍ଦ୍ର ଦେବଙ୍କ ରାଜ୍ୟାଭିଷେକ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତା ସେୟାର
କରି କହିଛନ୍ତି ଯେ, ଓଡ଼ିଆ ସ୍ଵାଭିମାନ,
ବୀରତ୍ଵ ଓ ଶୌର୍ଯ୍ୟର ମୂର୍ତ୍ତିମନ୍ତ ପ୍ରତୀକ ମହାପ୍ରତାପୀ ସମ୍ରାଟ
ଗଜପତି କପିଳେନ୍ଦ୍ର ଦେବଙ୍କ ରାଜ୍ୟାଭିଷେକ ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା
ଓ ଅଭିନନ୍ଦନ।
ସେ କହିଛନ୍ତି ଯେ, ମହାପ୍ରଭୁ
ଶ୍ରୀଜଗନ୍ନାଥଙ୍କୁ ସାକ୍ଷୀ ରଖି ଓଡ଼ିଆ ଜାତିକୁ ଏକ ସୂତ୍ରରେ ବାନ୍ଧିବା ସହ ଏକ ବିଶାଳ ଓ ଅଜେୟ
ସାମ୍ରାଜ୍ୟ ଗଠନ କରିଥିବା ଗଜପତି କପିଳେନ୍ଦ୍ର ଦେବଙ୍କ ବୀରଗାଥା ଆମ ଇତିହାସର ସ୍ଵର୍ଣ୍ଣିମ
ଅଧ୍ୟାୟ। କେବଳ ରଣାଙ୍ଗନରେ ନୁହେଁ, ଓଡ଼ିଆ ଭାଷା,
ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ସାଂସ୍କୃତିକ ନବଜାଗରଣ ପାଇଁ
ତାଙ୍କର ଅବଦାନ ଅତୁଳନୀୟ।
ଏହି ଗୌରବମୟ ଦିବସରେ ସେହି
ମହାନ ଜନନାୟକଙ୍କ ପରାକ୍ରମକୁ ସ୍ମରଣ କରି ଏକ ସମୃଦ୍ଧ,
ଶକ୍ତିଶାଳୀ ଓ ସ୍ଵାଭିମାନୀ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ ହେବାକୁ
ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା