
ଭୁବନେଶ୍ୱର, 29 ଜୁନ୍ (ହି.ସ.)- ରାୟଗଡ଼ା
ଅଧିଷ୍ଠାତ୍ରୀ ମା' ମଝିଘରିଆଣୀ ମନ୍ଦିର ଦାନ ହୁଣ୍ଡିର ଅର୍ଥ ଗଣତି ଆରମ୍ଭ ହୋଇଛି । କଡ଼ା
ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି ଦାନ ହୁଣ୍ଡିର ଅର୍ଥ ଗଣତି । ଗଣତିରେ ପ୍ରାୟ ୨୫୦
ଜଣ ମହିଳା ସ୍ୱେଚ୍ଛାସେବୀ ନିୟୋଜିତ ହୋଇଛନ୍ତି । ଜାନୁଆରୀରେ ଗଣତିରେ ମିଳିଥିଲା ୧ କୋଟି ୫
ଲକ୍ଷ ଟଙ୍କା । ଏହାସହିତ ୨ କିଲୋ ୧୫୦ ଗ୍ରାମ ରୁପା ଓ ୩୦ ଗ୍ରାମ୍ ସୁନା ମିଳିଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା