
ଭୁବନେଶ୍ୱର, 29 ଜୁନ୍ (ହି.ସ.)- ପବିତ୍ର
ଦେବସ୍ନାନ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର । ଏନେଇ ସୋସିଆଲ
ମିଡିଆ ଏକ୍ସରେ ଏକ ବାର୍ତ୍ତା ସେୟାର କରି ସେ କହିଛନ୍ତି ଯେ, ପବିତ୍ର ସ୍ନାନ ପୂର୍ଣ୍ଣିମାର ଶୁଭ
ଅବସରରେ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦିବ୍ୟ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ସାମାଜିକ ସୌହାର୍ଦ୍ୟ ଆଣୁ l ମହାପ୍ରଭୁଙ୍କ କୃପାରେ ଆମ ଓଡ଼ିଶା ଓ ଦେଶ ସଦା ଉନ୍ନତି, ଏକତା ଓ ଜନସେବାର ପଥରେ ଆଗେଇ ଚାଲୁ l
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା