ବିଏମ୍ ସିର ୪୨ ତମ କର୍ପୋରେସନ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର, ୩୦ ଜୁନ୍ (ହି.ସ)- ବିଏମ୍ ସିର ୪୨ ତମ କର୍ପୋରେସନ ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସ୍ୱାସ୍ଥ୍ୟ, ପରିମଳ, ବିଦ୍ୟୁତ୍ ଆଲୋକ ଏବଂ ବିଭିନ୍ନ ପ୍ରକଳ୍ପ ସଂପର୍କରେ ଆଲୋଚନା କରାଯାଇଛି । ରଥ ଯିବା ରାସ୍ତା ମରାମତି କାମ ଏବଂ ଓହଳି ରହିଥିବା ବିଦ୍ୟୁତ୍ ତାର ତୁରନ୍ତ ସଜାଡ
bmc


ଭୁବନେଶ୍ୱର, ୩୦ ଜୁନ୍ (ହି.ସ)- ବିଏମ୍ ସିର ୪୨ ତମ କର୍ପୋରେସନ ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସ୍ୱାସ୍ଥ୍ୟ, ପରିମଳ, ବିଦ୍ୟୁତ୍ ଆଲୋକ ଏବଂ ବିଭିନ୍ନ ପ୍ରକଳ୍ପ ସଂପର୍କରେ ଆଲୋଚନା କରାଯାଇଛି । ରଥ ଯିବା ରାସ୍ତା ମରାମତି କାମ ଏବଂ ଓହଳି ରହିଥିବା ବିଦ୍ୟୁତ୍ ତାର ତୁରନ୍ତ ସଜାଡିବା ପାଇଁ ଆର୍ ଆଣ୍ଡ ବି, ଟିପିସିଡିଓଏଲ ଏବଂ ବିଏମ୍ ସି ଉପବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ନେଇଛନ୍ତି ମେୟର ସୁଲୋଚନା ଦାସ ।

ବୈଠକ ଆରମ୍ଭରୁ ପୂର୍ବ ବୈଠକରେ ନିଆଯାଇଥିବା ନିଷ୍ପତି କାର୍ଯ୍ୟାନ୍ୱୟ ସଂପର୍କରେ ଆଲୋଚନା କରାଯାଇଥିଲା । ପରେ ଏଜେଣ୍ଡା ଅନୁଯାୟୀ କର୍ପୋରେଟର ଓ ବିଭିନ୍ନ ଉପବିଭାଗରୁ ଆସିଥିବା ପ୍ରସ୍ତାବଗୁଡିକ ଆଗତ କରାଯାଇଥିଲା । ପ୍ରଶ୍ନୋତର କାର୍ଯ୍ୟକ୍ରମରେ ମୋଟ ୭ଟି ଲିଖିତ ପ୍ରଶ୍ନ ଉପସ୍ଥାପନ କରାଯାଇଥିଲା । ଜିରୋ ଆୱାରରେ କର୍ପୋରେଟରମାନେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ସ୍ୱାସ୍ଥ୍ୟ ବୀମା ପାଇଁ ସରକାରଙ୍କ ନିକଟରେ କର୍ପୋରେଟରଙ୍କ ଦାବି ଉପସ୍ଥାପନ କରିବାକୁ କୁହାଯାଇଛି । ସେହିପରି ଚଳିତ ବର୍ଷ ଶେଷ ସୁଦ୍ଧା ଆଉ କିଛି ବଡ ବଡ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି । ଆମିଷ ବର୍ଜ୍ୟ ପ୍ରକ୍ରିୟାକରଣ , ବଡ ବଡ ଡ୍ରେନରେ ସେନସର ଲଗାଇବା, ଡଗ୍ ସେଲଟର ନିର୍ମାଣ ଆଦି ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ଗୃହକୁ ସୂଚନା ଦେଇଛନ୍ତି କମିଶନର

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande