

ସମ୍ବଲପୁର, ୩୦, ଜୁନ୍ (ହି.ସ.) - ଓଡ଼ିଶାରେ ହେବାକୁ ଥିବା ଆଗାମୀ ପଂଚାୟତ ନିର୍ବାଚନକୁ ନିଜ ସପକ୍ଷରେ ନେବା ପାଇଁ ଆଜି ଆମ୍ ଆଦମୀ ପାର୍ଟି ପକ୍ଷରୁ ରେଙ୍ଗାଲିଠାରେ ନିର୍ବାଚନମଣ୍ଡଳୀ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନୂଆଦିଲ୍ଲୀ ସ୍ଥିତ ପାର୍ଟି କାର୍ଯ୍ୟାଳୟ ପକ୍ଷରୁ ଆସିଥିବା ସୁନୀଲ କୁମାର ଲୋହିୟାର ଯୋଗଦେଇ କାର୍ଯ୍ୟକର୍ତାମାନଙ୍କୁ ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଆହ୍ୱାନ ଦେବା ସହ ଆଗାମୀ ପଂଚାୟତ ନିର୍ବାଚନ ପାଇଁ ସ୍ୱତନ୍ତ୍ର ରଣନୀତି ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ।
ବୈଠକରେ ରେଙ୍ଗାଲି ଅଞ୍ଚଳର ଦଳର ବହୁ ସଂଖ୍ୟକ କାର୍ଯ୍ୟକର୍ତା ଯୋଗଦେଇ ପାର୍ଟିକୁ ତୃଣମୂଳ ସ୍ତରରୁ ଅଧିକ ସଶକ୍ତ କରିବା ଏବଂ ଆଗାମୀ ନିର୍ବାଚନରେ ସଫଳତା ହାସଲ ପାଇଁ ବିଭିନ୍ନ ସାଙ୍ଗଠନିକ ପ୍ରସଙ୍ଗରେ ଆଲୋଚନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ