ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ
ପୁରୀ, ୩୦ ଜୁନ୍ (ହି.ସ.)- ପୁରୀ ଜିଲ୍ଲା ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥଙ୍କ ମନ୍ଦିରରେ ଆଜି ଠାରୁ ଅଣସର ବେଶ ଦର୍ଶନ ଆରମ୍ଭ ହୋଇଛି । ଏହି ଦର୍ଶନ ଆସନ୍ତା ୧୪ ତାରିଖ ନେତ୍ରୋତ୍ସବ ପର୍ଯ୍ୟନ୍ତ ଚାଲିବ । ଆଜି ପ୍ରଥମ ଦିନରେ ସକାଳୁ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଅଣସର ସମୟରେ ଶ୍
ଶ୍ରୀ ଅଲାରନାଥ


ପୁରୀ, ୩୦ ଜୁନ୍ (ହି.ସ.)- ପୁରୀ ଜିଲ୍ଲା ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥଙ୍କ ମନ୍ଦିରରେ ଆଜି ଠାରୁ ଅଣସର ବେଶ ଦର୍ଶନ ଆରମ୍ଭ ହୋଇଛି । ଏହି ଦର୍ଶନ ଆସନ୍ତା ୧୪ ତାରିଖ ନେତ୍ରୋତ୍ସବ ପର୍ଯ୍ୟନ୍ତ ଚାଲିବ । ଆଜି ପ୍ରଥମ ଦିନରେ ସକାଳୁ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଅଣସର ସମୟରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନେ ଦର୍ଶନ ଦେଉନଥିବାରୁ ଭକ୍ତ ବ୍ୟଥିତ ହୋଇ ବ୍ରହ୍ମଗିରି ସ୍ଥିତ ଚତୃର୍ଦ୍ଧାମୂର୍ତି ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିବାର ପରମ୍ପରା ରହିଛି । ଶ୍ରୀ ଅଲାରନାଥଙ୍କ ପ୍ରିୟ ଭୋଗ ମଧ୍ୟରେ କ୍ଷିରୀ ଅନ୍ୟତମ ।

କଥିତ ଅଛି, ବର୍ଷକ ଯାକ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାରେ ଭକ୍ତଙ୍କୁ ଯେତିକି ପୂର୍ଣ୍ଣ୍ୟ ଫଳ ମିଳିଥାଏ । ଅନବସର ସମୟରେ ଗୋଟିଏ ଦିନ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କଲେ ସମାନ ପୂର୍ଣ୍ଣ୍ୟ ଫଳ ପ୍ରାପ୍ତ ହୋଇଥାଏ । ଅନବସର ସମୟରେ ଶ୍ରୀ ଅଲାରନାଥଙ୍କ ପ୍ରତିଦିନ ବିଭିନ୍ନ ଅଣସର ବେଶ ଅନୁଷ୍ଠିତ ହୋଇଥାଏ । ଆଜି ଦିନତମାମ ଝିପିଝିପି ବର୍ଷା ସତ୍ୱେ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁମାନେ ବ୍ୟାରିକେଡ୍ ରେ ସିଂହଦ୍ୱାରରେ ପ୍ରବେଶ ପୂର୍ବକ ଠାକୁର ଦର୍ଶନ କରି ଉତର ଦ୍ୱାରରେ ପ୍ରସ୍ଥାନ କରୁଛନ୍ତି ।

ଶ୍ରୀ ଅଲାରନାଥଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଯାୟୀ, ଆଜି ଭୋର୍ ରୁ ମନ୍ଦିର ଦ୍ୱାରଫିଟା ପରେ ମଙ୍ଗଳଆଳତୀ, ମଇଲମ, ଅବକାଶ, ବାଳଧୂପ, ସକାଳ ଧୂପ ସମ୍ପନ୍ନ ହୋଇଛି । ଏହାପରେ ଅନ୍ୟାନ୍ୟ ନୀତିକାନ୍ତି ଜାରି ରହିଛି । ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମନ୍ଦିର ଟ୍ରଷ୍ଟ ବୋର୍ଡ଼, ବ୍ରହ୍ମଗିରି ଥାନା ଓ ବ୍ଲକ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande