
ଜୟପୁର, ୩୦ ଜୁନ୍ (ହି.ସ.)- ଆକ୍ରମଣ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଜୟପୁର ସଦର ପୋଲିସ l ଗିରଫ ଦୁଇ ଅଭିଯୁକ୍ତ ହେଲେ ଗୌଡ଼ଗୁଡା ଗ୍ରାମର ଚୈତନ୍ୟ ନାୟକ (୪୦) ଏବଂ ରାଜେନ୍ଦ୍ର ନାୟକ (୧୯) lଜୟପୁର ସଦର ଥାନାରେ ସୀମାଞ୍ଚଳ ନାୟକ (୬୦), ଏବଂ ବିଶ୍ୱନାଥ ଜେନା ଅଭିଯୋଗ କରିଥିଲେ l ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଥିଲେ ଯେ, ସେମାନେ ଆଇଇଏମ୍ କଲେଜର କର୍ମଚାରୀ, ଆଇଇଏମ୍ କଲେଜର ଉପାଧ୍ୟକ୍ଷ ଦିନବନ୍ଧୁ ରାଉତ ପ୍ରାତଃ ଭ୍ରମଣ ପାଇଁ ଯାଉଥିଲେ। ସେହି ସମୟରେ, ଗୌଡଗୁଡ଼ା ଗ୍ରାମର ଦୁଇ ଜଣ ଅସାମାଜିକ ବ୍ୟକ୍ତି ଆକ୍ରମଣ କରିଥିଲେ। ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l ଜମି ବିବାଦକୁ କେନ୍ଦ୍ର କରି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରେ ଜାଣି ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ସଦର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି l
ହିନ୍ଦୁସ୍ଥାନ ସମାଚାର / ପିକେପି