
ଗଞ୍ଜାମ, ୩୦ ଜୁନ୍ (ହି.ସ.)- ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡସ୍ଥିତ ସ୍ପେକ୍ଟ୍ରାମ ହୋଟେଲର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା | ସଭାପତି ଡା. ଅବନୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଭଗ୍ନ ଅସ୍ଥିର ଚିକିତ୍ସାର ବିଭିନ୍ନ ଦିଗ ଓ ଏହାର ବାଧକ ସମୂହର କାରଣ ଏବଂ ଶୀଘ୍ର ସମ୍ପୂର୍ଣ ଆରୋଗ୍ୟ ବିଷୟରେ ଆଲୋଚନା କରାଯାଇଥିଲା | ସମ୍ପାଦକ ଡା. ସଙ୍କର୍ଷଣ ପାତ୍ର, ପ୍ରାଧ୍ୟାପକ ଡା. ସମ୍ବିତ କୁମାର ପଣ୍ଡା, ସହଯୋଗୀ ପ୍ରାଧ୍ୟାପକ ଡାକ୍ତର ସୌଭାଗ୍ୟ ହୋତା ଓ ଡା. ସୁଧୀର କୁମାର ମହାପାତ୍ର, ସହକାରୀ ଅଧ୍ୟାପକ ଡା. ଦିଲୀପ କୁମାର ପ୍ରଧାନ, ଡା. ସ୍ୱରୂପ ଦାସ, ଡା. ରଂଜିତ ପାତ୍ର, ଡା. ବୃନ୍ଦାବନ ବିଷୋୟୀ, ଡା. ଅଭିଷେକ ଦାସଙ୍କ ସମେତ ମଞ୍ଚର ବହୁ ସଦସ୍ୟ ଆଲୋଚନାଚକ୍ରରେ ଭାଗ ନେଇଥିଲେ |
ଏହି ଅବସରରେ ଅସ୍ଥିଶଲ୍ୟ ବିଭାଗର ନୂତନ ମୁଖ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଫାର୍ମେଡ଼ ଫର୍ମସ୍ୟୁଟିକାଲ ଏହି ଆଲୋଚନାଚକ୍ରର ପ୍ରଯୋଜନା କରିଥିଲେ |
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ