ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା କନିଷ୍ଠ ବର୍ଗରେ କିୟୁଷ, ଅନିଶା, ଉତମ, ସରନ୍ୟା, ବରିଷ୍ଠ ବର୍ଗରେ ଆଦ୍ୟାଂଶ, ଆଦ୍ୟାଶା ଚାମ୍ପିୟନ
ବଲାଙ୍ଗୀର, ୩୦ ଜୁନ୍(ହି.ସ.) – ବଲାଙ୍ଗୀର ରାଜେନ୍ଦ୍ର ନାରାୟଣ ସିଂଦେଓ ସ୍ପୋର୍ଟ୍ସ କଂପ୍ଲେକ୍ସ ସନ୍ତରଣ ଗାରରେ ବଲାଙ୍ଗୀର ଜ଼ିଲ୍ଲା ସନ୍ତରଣ ସଂଘ ତରଫରୁ ଦୁଇଦିନ ଧରି ଚାଲିଥିବା ଜ଼ିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଅତିରିକ୍ତ ଜ଼ିଲ୍ଲାପାଳ ଡ଼କ୍ଟର ବିଜୟାନନ୍ଦ ସେଠି ମୁଖ୍ୟଅତିଥ
ଜ଼ିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା କନିଷ୍ଠବର୍ଗରେ କିୟୁଷ,ଅନିଶା, ଉତ୍ତମ, ସରନ୍ୟା, ବରିଷ୍ଠ ବର୍ଗରେ ଆଦ୍ୟାଂଶ, ଆଦ୍ୟାଶା ଚାମ୍ପିୟନ


ବଲାଙ୍ଗୀର, ୩୦ ଜୁନ୍(ହି.ସ.) – ବଲାଙ୍ଗୀର ରାଜେନ୍ଦ୍ର ନାରାୟଣ ସିଂଦେଓ ସ୍ପୋର୍ଟ୍ସ କଂପ୍ଲେକ୍ସ ସନ୍ତରଣ ଗାରରେ ବଲାଙ୍ଗୀର ଜ଼ିଲ୍ଲା ସନ୍ତରଣ ସଂଘ ତରଫରୁ ଦୁଇଦିନ ଧରି ଚାଲିଥିବା ଜ଼ିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଅତିରିକ୍ତ ଜ଼ିଲ୍ଲାପାଳ ଡ଼କ୍ଟର ବିଜୟାନନ୍ଦ ସେଠି ମୁଖ୍ୟଅତିଥି ଭାବେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଗୁଣନିଧି ମଲ୍ଲିକ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଶ୍ରୀମତୀ ଲିକା ସାହୁ ପୌରଧ୍ୟକ୍ଷା ବଲାଙ୍ଗୀର ମୁନିସ୍ପାଲଟି ହରିଓମ ଶମ୍ଭୁ ନାରାୟଣ ଦାସ, ଜ଼ିଲ୍ଲା କ୍ରୀଡ଼ା ଅଧିକାରୀ, ବଲାଙ୍ଗୀର ଯୋଗଦେଇ ଥିଲେ ଏଥିରେ ୨୦୦ରୁ ଉର୍ଦ୍ଧ୍ୱ ଖେଳାଳୀ ଯୋଗଦେଇ ଥିଲେ। ୧୦ଟି ବର୍ଗରେ ୫୪ଟି ଇଭେଂଟ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସନ୍ତରଣ ସଂଘ ଉପ ସଭାପତି ତଥା ଜ଼ିଲ୍ଲା ସନ୍ତରଣ ସଂଘ ସମ୍ପାଦକ ସୁମିତ ରଂଜନ ପୁରୋହିତ, ସନ୍ତରଣ କୋଚ ନରେଶ ପ୍ରଧାନ, ସୁରେଶ ପ୍ରଧାନ, ତରୁଣ ସେଠ, ଶୈଳେନଦ୍ରୀ ବଗର୍ତି, ସିମା ରାଉତ, ପୂର୍ଣ୍ଣ ବିଶି, ଦେବୀଦତ ଘିବେଲା, ସୁରୁଜିତ ସିଂହ କ୍ରୀଡା ଶିକ୍ଷକ ହେଲେ ବୁଦ୍ଧିରାଜ ବିଶ୍ୱାଳ, ସ୍ୱପ୍ନା ସେଠ ପୁରେନ୍ଦ୍ରର ସେଠ, ସସ୍ମିତା ଗଡ଼ତିଆ, ବୀରେନ୍ଦ ସୁନା, ଜିତେନ୍ଦ୍ର ନାଏକ, ସଂଗୀତା ନାଏକ, ନୀଳମଣି ପଟେଲ, ଖିତେଶ୍ୱର ବିଶ୍ୱାଲ, ସୁଦର୍ଶନ ସେଠ, ବନୀତି ପଟେଲ, ଗଯାନନ ସାଏ, ବିଦ୍ୟୁତ ପ୍ରଭା ମିଶ୍ର, ସୁଶୀଳା ବିଶ୍ୱାଳ, ଯଶୋବନ୍ତ ନାଏକ, ସୌଦାମିନୀ କାଣ୍ଡି ଯୋଗଦେଇ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande