
ଚମ୍ପୁଆ, ୩୦ ଜୁନ୍ (ହି.ସ.) - ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ସଂସ୍କୃତ ଆଚାର୍ଯ୍ୟ କପିଳେନ୍ଦ୍ର ସାମନ୍ତରାଙ୍କ ଅବସର କାଳିନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ଅତିଥି ଭାବେ ଶିକ୍ଷା ବିକାଶ ସମିତି ଉତର ସମ୍ଭାଗ ସମ୍ପାଦକ ଗଙ୍ଗାଧର କର, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରମାକାନ୍ତ ପ୍ରଧାନ, ସମ୍ପାଦକ ଭୋଳାନାଥ ମିଶ୍ର, ଯୁଗ୍ମ ସମ୍ପାଦକ ଅରୁଣ କୁମାର ନାଏକ ଆଦି ଯୋଗ ଦେଇ ଆଚାର୍ଯ୍ୟ କପିଳେନ୍ଦ୍ର ସାମନ୍ତରାଙ୍କ ଶିଶୁ ମନ୍ଦିରରେ ମହତ୍ୱପୂର୍ଣ୍ଣ ଅବଦାନ ଓ ଅଭୁଲା ଅନୁଭୂତି ବିଷୟରେ ବର୍ଣ୍ଣନା କରିବା ସହିତ ତାଙ୍କର ଅବସର ପରବର୍ତୀ ସୁଖ ଓ ନିରାମୟ ଜୀବନ କାମନା କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ପ୍ରଧାନ ଆଭିମୁଖ୍ୟ କଥନ କରିବା ସହିତ ଗୁରୁଜୀଙ୍କ ସୁଖୀ ଓ ନିରାମୟ ଜୀବନ କାମନା କରିଥିଲେ । ଆଚାର୍ଯ୍ୟ ଭାସ୍କର ଚନ୍ଦ୍ର ମହାକୁଡ଼ ଅତିଥି ପରିଚୟ ପ୍ରଦାନ ଓ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି ଅବସରରେ ପରିଚାଳନା ସମିତିର କର୍ମକର୍ତା, ଆଚାର୍ଯ୍ୟ ଆଚାର୍ଯ୍ୟ ଓ ସେବକ ସେବିକା ମାନଙ୍କ ଦ୍ୱାରା ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଆଚାର୍ଯ୍ୟ ଉମେଶ ଚନ୍ଦ୍ର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟ, ସେବକ ସେବିକା ଓ ପରିଚାଳନା ସମିତିର ସଦସ୍ୟ ସଦସ୍ୟା ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / Trinath Mahanta