
କେନ୍ଦୁଝର, ୩୦ ଜୁନ୍(ହି.ସ.) – ଆଜି କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଭଗବାନ ପ୍ରଧାନ ୨୦୦୫/୦୬ ମସିହାରେ ଚମ୍ପୁଆ ବ୍ଲକରେ ଷ୍ଟୋର ଇନଚାର୍ଜ ମହେଶ୍ୱର ଗିରିଙ୍କୁ ୪୬୫୩୯୮ ଟଙ୍କାର ସିମେଂଟ ହେରଫେର ମାମଲାରେ ରାୟ ଶୁଣାଇଛନ୍ତି।
ମହେଶ୍ୱର ଗିରିଙ୍କୁ ଦୁଇବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଏହାସହ ଦଶ ହଜାର ଟଙ୍କା ଜୋରିମାନା ଏବଂ ଅନାଦେୟ ତିନିମାସ ଜେଲ୍ ଦଣ୍ଡାଦେଶ।
ମହେଶ୍ୱର ଗିରି ନାମରେ ୨୦୧୩ ମସିହାରେ କେସ୍ ରୁଜୁ କରିଥିବାବେଳେ ଆଜି ସତର ଜଣ ସାକ୍ଷ୍ୟ ପ୍ରମାଣ ଆଧାରରେ ଏହି ରାୟ ଶୁଣାଇଛନ୍ତି ବିଚାରପତି।
ପ୍ରକାଶ ଯେ ମହେଶରଙ୍କ ପୂର୍ବରୁ ଶରତ ଚନ୍ଦ୍ର ନନ୍ଦ ସିନିୟର୍ କ୍ଲର୍କଙ୍କ ନାମରେ ମଧ୍ୟ କେସ ରୁଜୁ ହୋଇଥିବା ବେଳେ ତାଙ୍କୁ ଗତ ମେ’୨୬ ତାରିଖରେ ସଜା ଶୁଣାଯାଇଛି। ଭିଜିଲାନ୍ସ ବିଭାଗ ମହେଶ୍ୱର ଗିରିଙ୍କ ନାମରେ ୫୧/୨୦୧୩ କେସ ରୁଜୁ କରିଥିଲା। ଏହି କେସ୍କୁ ପିପି ବଳଭଦ୍ର ନନ୍ଦ, ବିଶ୍ୱଜିତ୍ କୁମାର ପରିଚାଳନା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA