ଗୁରୁଗ୍ରାମରେ ପ୍ରବାସୀ ପାଳିଲେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ
କେନ୍ଦ୍ରାପଡା, ୩୦ ଜୁନ୍ (ହି.ସ.)- ଜ୍ୟେଷ୍ଠପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା ଅବସରରେ ହରିଆଣାର ଗୁରୁଗ୍ରାମ ମାରୁତିକୁଞ୍ଜ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୁର୍ଣିମା ଉତ୍ସବ ପାଳିତ ହୋଇଯାଇଛି। ପୂର୍ବାହ୍ନରେ ସିଂହାସନରୁ ସ୍ନାନବେଦୀକୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଘଣ୍ଟଘଣ୍ଟା, ନାମ ସଂକୀର୍ତ୍ତନ
--ଗୁରୁଗ୍ରାମରେ ପ୍ରବାସୀପାଳିଲେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ


କେନ୍ଦ୍ରାପଡା, ୩୦ ଜୁନ୍ (ହି.ସ.)- ଜ୍ୟେଷ୍ଠପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା ଅବସରରେ ହରିଆଣାର ଗୁରୁଗ୍ରାମ ମାରୁତିକୁଞ୍ଜ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୁର୍ଣିମା ଉତ୍ସବ ପାଳିତ ହୋଇଯାଇଛି। ପୂର୍ବାହ୍ନରେ ସିଂହାସନରୁ ସ୍ନାନବେଦୀକୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଘଣ୍ଟଘଣ୍ଟା, ନାମ ସଂକୀର୍ତ୍ତନ ସହିତ ନିଆଯାଇଥିଲା। ମନ୍ଦିରର ପୂଜକଙ୍କ ଦ୍ୱାରା ସ୍ନାନ କରାଯାଇ ସ୍ନାନବେଦୀରେ ଶ୍ରଦ୍ଧାଳୁମାନେ ଦର୍ଶନ କରିବା ପରେ ମନ୍ଦିରକୁ ପ୍ରସ୍ଥାନ କରାଯାଇଥିଲା। ଜଗନ୍ନାଥ ମନ୍ଦିର ସେବାୟତ ସଭାପତି ଇଂ. ସୌମ୍ୟରଞ୍ଜନ ରଥଙ୍କ ପୌରୋହିତ୍ୟରେ ସାହାଜି ରାଉତ, ଅନିଲ ବୋଇତେଇ, ପବିତ୍ର ରାଉତ, ଅରବିନ୍ଦ ମହାପାତ୍ର, ଗୁଣକାର ବେଜ, ସମ୍ବିତ ରଥ, ପ୍ରଶାନ୍ତ ପ୍ରଧାନ, ବାଦଲ ବାବୁ, ନିରଞ୍ଜନ ସାମଲ ପ୍ରମୁଖ ସାମିଲ ହୋଇଥିଲେ। ମାରୁତିକୁଞ୍ଜ ଅଂଚଳର ୪ଶହ ପ୍ରବାସୀ ଓଡ଼ିଆ ପରିବାରଙ୍କ ସମେତ ସ୍ଥାନୀୟ ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande